କଣ୍ଟାବାଞ୍ଜି :ବଲାଙ୍ଗୀର ଜିଲ୍ଲା ତୁରିକେଲା ବ୍ଲକ ଅନ୍ତର୍ଗତ ଲର୍କି କାଲକାଗୁଡ଼ି ହେଇ ସିମ୍ଳା ଗାଁ କୁ ସଂଯୋଗ କରୁଥିବା ରାସ୍ତାକୁ ପକ୍କା କରିବା ପାଇଁ ଗ୍ରାମଙ୍କ ଅଭିଯୋଗ ରହିଛି, ୧୮୦ ଫୁଟ ରାସ୍ତାକୁ ପଂଚାୟତ ସମିତି ଦ୍ୱାରା କଂକ୍ରିଟ୍ କରାଯାଇଥିଲା, କିନ୍ତୁ ଅବଶେଷ ପାଖାପାଖି ୨୦୦ ମିଟରକୁ କାହା ଭରଷାରେ ରଖାଯାଇଛି ବୋଲି ଜନସାଧାରଣଙ୍କ ମତ ପ୍ରକାଶ ପାଉଛି । ଅବଶିଷ୍ଟ ରାସ୍ତା ଉପରେ ପଡି ରହିଥିବା ହଳଦିଆ ଖଲିଆ ମାଟି ପଡିଛି ଯାହା ଯାତାୟାତ ପାଇଁ ଉଚିତ ନୁହେଁ, ଟିକିଏ ବର୍ଷାରେ ରାସ୍ତା ସବୁ କାଦୁଆ, ଚିକ୍କଣ ମାଟି ହେବା ଯୋଗୁଁ ମହିଳା ଓ ବୟସ୍କ ଲୋକଙ୍କ ପାଇଁ ଚାଲିବା କଷ୍ଟକର, ପାଦ କେବେ ଖସିବ କହି ହେବନାହିଁ । ଖେତକୁ ଚାଷ ପାଇଁ ଯାଉଥିବା ମହିଳା ଓ ବୃଦ୍ଧଙ୍କ ପାଇଁ ମଧ୍ୟ ବିପଦ ହେଉଛି । ଜରୁରୀକାଳୀନ ସେବା ପାଇଁ ବ୍ୟବହାର ବାହନ ଯିବା ପାଇଁ ବି ସେହିଭଳି ବାଧା ସୃଷ୍ଟି କରୁଥିବା ରାସ୍ତା ଉପରେ ଜିଲ୍ଲା ଗ୍ରାମ୍ୟ ଉନୟନ ସଂସ୍ଥାଙ୍କ ନଜର ଦେବାକୁ ଗ୍ରାମବାସୀ ଅଭିଯୋଗ କରିଛନ୍ତି ।