“ମୋ ଚାଟଶାଳୀ” ଶିକ୍ଷା କାର୍ଯ୍ୟକ୍ରମର ଶୁଭାରମ୍ଭ

ବୌଦ୍ଧ – କରୋନା ମହାମାରୀ ପ୍ରଭାବରେ ବିଦ୍ୟାଳୟ ବନ୍ଦ ହେତୁ ଶିକ୍ଷାରୁ ବଞ୍ଚିତ ହେଉଥିବା ଏବଂ ଶିକ୍ଷାର ଦୁର୍ବଳତା ଥିବା ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଶିକ୍ଷାର ବ୍ୟବଧାନ କୁ ଦୁର କରିବାକୁ ଆଦିମ ଅଧିବାସୀ ଏକତା ମଞ୍ଚ ବୌଦ୍ଧ ଜିଲ୍ଲା ବ୍ୟାପି ମୋ ଚାଟଶାଳୀ ଖୋଲିବାକୁ ନିଷ୍ପତି ନେଇଛି l ଆଜି ଠାରୁ ସଂଗଠନ ଏ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିବା ଜଣାପଡିଛି l ଆଜି ସଂଗଠନ ପକ୍ଷରୁ ରଇଠାଣୀ ଠାରେ ଥିବା କାର୍ଯ୍ୟାଳୟ ଠାରେ ମୋ ଚାଟଶାଳୀ ଉଦ୍ଘାଟନ ଉତ୍ସବ ଆୟୋଜିତ ହୋଇଥିବା ଜଣା ପଡିଛି l କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜନ ଅଧିକାର ସୁରକ୍ଷା ମଞ୍ଚର ଆବାହକ ସତ୍ୟଜିତ କୁମାର ପଣ୍ଡା ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ | ସମ୍ମାନୀତ ଅତିଥି ବରିଷ୍ଠ ସମାଜ ସେବୀ ଇଂ. ବିକାଶ ମହାକୁଡ ଓ କଣ୍ଟାମାଳ ବ୍ଲକ ସଂଯୋଜକ ମୀନ କେତନ ବାଘ ଯୋଗ ଦେଇ କାର୍ଯ୍ୟକ୍ରମର ସଫଳତା କାମନା କରିଥିଲେ | ଆଦିମ ଅଧିବାସୀ ଏକତା ମଞ୍ଚ ସଭାପତି ଦାଶରଥି ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବୌଦ୍ଧ ବ୍ଲକ୍ ସଂଯୋଜକ ନିରଞ୍ଜନ ବିଶି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ | ଏ କାର୍ଯ୍ୟକ୍ରମ ଅଧିନରେ ସଂଗଠନ ତରଫରୁ ଜିଲ୍ଲାର 3 ଗୋଟି ବ୍ଲକର 20 ଟି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ 247 ଗ୍ରାମରେ 3948 ପିଲା ମାନଙ୍କୁ ପ୍ରତିକାରାତ୍ମକ୍ ଶିକ୍ଷା ପ୍ରଦାନ କରାଯିବ ବୋଲି ଜଣାପଡିଛି l କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ହରଭଙ୍ଗା ବ୍ଲକ୍ ସଂଯୋଜକ ଅଶୋକ ନାଏକ, କଣ୍ଟାମାଳ ବ୍ଲକ ସହ ସଂଯୋଜକ ସମ୍ପତ୍ତି ବାଘଙ୍କ ସମେତ ବହୁ ସଂଖ୍ୟାରେ ସ୍ୱେଚ୍ଛାସେବୀ ଶିକ୍ଷକ ଓ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ |

Comments (0)
Add Comment