ନିମ୍ନମାନର ଛତୁଆ ଓ ବାଦାମ ଲଡୁ ବଣ୍ଟନ

ବୌଦ୍ଧ : ବୌଦ୍ଧ ଜିଲ୍ଲାର ବିଭିନ୍ନ ଅଂଗନବାଡି କେନ୍ଦ୍ରମାନଙ୍କୁ ସରକାର ଯୋଗାଣ କରୁଥିବା ଛତୁଆ ଓ ବାଦାମ ଲଡୁ ନିମ୍ନମାନର ଥିବା ଅଭିଯୋଗ ହୁଏ । କେତେକ ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଛତୁଆ ଓ ବାଦାମ ଲଡୁ ଜିଲ୍ଲାରେ ପ୍ରସ୍ତୁତ କରି ଗର୍ଭବତୀ, ପ୍ରସୂତି ଓ ଶିଶୁ ମାନଙ୍କୁ ପୁଷ୍ଟିକର ଖାଦ୍ୟ ନାମରେ ଅଂଗନବାଡି ଜରିଆରେ ଯୋଗାଇ ଦେବାର ବ୍ୟବସ୍ଥା କରାଯାଉଛି । ସେଗୁଡିକ ଅତି ନିମ୍ନମାନର ହେଉଥିବାରୁ ସେଗୁଡିକ ହିତାଧିକାରୀ ମାନେ ନ ଖାଇ ବାହାରେ ବିକ୍ରୀ କରୁଥିବା ଦେଖିବାକୁ ମିଳୁଛି । କେତେକ ଲୋକ ସେମାନଙ୍କ ଠାରୁ କମ୍ ଦରରେ ତାକୁ କିଣି ନେଇ ପୁଣି ପ୍ରସ୍ତୁତକାରୀ ବିକ୍ରୀ କରି ରିସାଇକ୍ଲୀଂ କରୁଥିବା କିମ୍ବା ଗୋ ଖାଦ୍ୟ ଭାବରେ ବ୍ୟବହାର କରୁଥିବା ଅଭିଯୋଗ ହେଉଛି । ସରକାର ଗର୍ଭବତୀ, ପ୍ରସୂତି ଓ ଶିଶୁ ମାନଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଣ ନାମରେ ଅନେକ ଅର୍ଥ ବ୍ୟୟ କରୁଥିବା ବେଳେ ତାହା କୌଣସି ହିତ ସାଧନ ହେଉନଥିବା ଦୁଃଖର ବିଷୟ ବୋଲି ଆଲୋଚନା ହେଉଛି । ଦାୟିତ୍ୱରେ ଥିବା ଅଧିକାରୀ ମାନେ ଏ ଦିଗରେ ଦୃଷ୍ଟି ଦେବାକୁ ଜନସାଧାରଣରେ ଦାବି ହେଉଛି ।

Comments (0)
Add Comment