ରାଜ୍ୟରେ ପୁଣି ୨୬୧୭ ପଜିଟିଭ ଚିହ୍ନଟ, ଆଉ ୧୭ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର : ରାଜ୍ୟରେ ହୁ ହୁ ହୋଇ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ୨୪ ଘଣ୍ଟା ମଧ୍ୟରେ ୨୬୧୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୩୫୩୩୦ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୫୨୧ ଜଣ କ୍ୱାରେଣ୍ଟାଇନ୍‌ରେ ରହିଥିବା ବେଳେ ୧୦୯୬ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୧୧୫ଜଣ , ବାଲେଶ୍ୱର ଜିଲ୍ଲାରୁ ୭୯ଜଣ, ବରଗଡ଼ ଜିଲ୍ଲାରୁ ୧୪୮, ଭଦ୍ରକ ଜିଲ୍ଲାରୁ ୪୯ଜଣ, ବଲାଙ୍ଗୀର ଜିଲ୍ଲାରୁ ୧୦୯ଜଣ, ବୌଦ୍ଧ ଜିଲ୍ଲାରୁ ୧୮ଜଣ, କଟକ ଜିଲ୍ଲାରୁ ୧୩୬ଜଣ, ଦେଓଗଡ଼ ଜିଲ୍ଲାରୁ ୧୮ଜଣ, ଢ?ଙ୍କାନାଳ ଜିଲ୍ଲାରୁ ୭୪ଜଣ, ଗଜପତି ଜିଲ୍ଲାରୁ ୭ଜଣ, ଗଞ୍ଜାମ ଜିଲ୍ଲାର ୪୩ଜଣ, ଜଗତସିଂହପୁର ଜିଲ୍ଲାରୁ ୪୫ଜଣ, ଯାଜପୁର ଜିଲ୍ଲାରୁ ୧୧୨ଜଣ, କଳାହାଣ୍ଡି ଜିଲ୍ଲାରୁ ୪୪ଜଣ, କନ୍ଧମାଳ ଜିଲ୍ଲାରୁ ୩୨ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୩୨ଜଣ, କେନ୍ଦୁଝର ଜିଲ୍ଲାରୁ ୧୦୭ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୫୦୬ଜଣ, କୋରାପୁଟ ଜିଲ୍ଲାରୁ ୪୩ଜଣ, ମାଲକାନଗିରି ଜିଲ୍ଲାରୁ ୬୭ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୧୦୧ଜଣ, ନବରଙ୍ଗପୁର ଜିଲ୍ଲାରୁ ୫୯ଜଣ, ନୟାଗଡ଼ ଜିଲ୍ଲାରୁ ୩୮ଜଣ, ନୂଆପଡ଼ା ଜିଲ୍ଲାରୁ ୫୮ଜଣ, ପୁରୀ ଜିଲ୍ଲାରୁ ୭୯ଜଣ, ରାୟଗଡ଼ା ଜିଲ୍ଲାରୁ ୨୬ଜଣ, ସମ୍ବଲପୁର ଜିଲ୍ଲାରୁ ୧୦୬ଜଣ, ସୋନପୁର ଜିଲ୍ଲାରୁ ୨୩ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୯୧ଜଣ, ଷ୍ଟେଟ ପୁଲ୍‌ରୁ ୧୦୬ଜଣ ରହିଛନ୍ତି ।ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୨୩୫୩୩୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୩୨୦୫୧ଟି ଆକ୍ଟିଭ୍‌କେସ୍ ରହିଥିବା ବେଳେ ୨୦୨୩୦୨ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୩୪୮୨୪୦୨ଟି ସାମ୍ପୁଲ ଟେଷ୍ଟ୍ ହୋଇଛି । ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ୧୭ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୯୨୪କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି । ୧୭ ମୃତକଙ୍କ ମଧ୍ୟରୁ କଟକ ଓ ପୁରୀ ଜିଲ୍ଲାରୁ ୩ ଜଣ ଲେଖାଏଁ, ବାଲେଶ୍ୱର, ବୌଦ୍ଧ ଏବଂ ଖୋର୍ଦ୍ଧା ଜିଲ୍ଲାରୁ ୨ଜଣ ଲେଖାଏଁ, ଅନୁଗୋଳ, କେନ୍ଦୁଝର, ନବରଙ୍ଗପୁର, ରାୟଗଡା ଏବଂ ସୁନ୍ଦରଗଡ ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି ।

Comments (0)
Add Comment