ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗୋଶାଣୀ ବ୍ଳକ କେରାଣ୍ଡି ପଞ୍ଚାୟତର ବି ସିତାପୁର ଗ୍ରାମଠାରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ହୋଇଯାଇଛି । ଏହି ଅବସରରେ ସ୍ଥାନୀୟ ଅଙ୍ଗନବାଡି କେନ୍ଦ୍ର ତରଫରୁ ଗର୍ଭବତୀ ମହିଳା ଓ ମାଆ ମାନଙ୍କୁ ନେଇ ସଚେତନତା କରାଯାଇଛି । କରୋନାରେ ମାସ୍କ ପିନ୍ଧି ମାଆ କ୍ଷୀର ସଦ୍ୟ ଜନ୍ମିତ ଶିଶୁ ତଥା ବିକଶିତ ଶିଶୁମାନଙ୍କୁ ଦେବାପାଇଁ ପରାମର୍ଶ ଦିଆଯାଇଛି । ମା କ୍ଷୀର ଦେବା ପୂର୍ବରୁ ଓ କ୍ଷୀର ଦେବାପରେ ସାବୁନରେ ହାତଧୋଇବା, ସତର୍କତା ପାଳନ, ମାଆ କ୍ଷୀର ଓ କସ କ୍ଷୀରର ଉପାଦେୟତା ସଂପର୍କରେ ଅବଗତ କରାଯାଇ ଥିଲା । ଫଳାଫଳ ସ୍ୱରୂପ ମାଆ ଓ ଶିଶୁର ସଂପର୍କରେ ନିବିଡ଼ତା ରହିଥାଏ । ଏହା ଛଡା ଶିଶୁକୁ ଅନ୍ଧାରକଣା ତଥା ଜଣ୍ଡିସ ପରି ଦୁରାରୋଗ୍ୟ ହୁଏନାହିଁ । ଏହି କାର୍ଯ୍ୟକ୍ରମକୁ ସ୍ଥାନୀୟ ଅଙ୍ଗନବାଡି କର୍ମୀ ପୁଷ୍ପାଞ୍ଜଳି ପଣ୍ଡା ପରିଚାଳନାକରିଥିବା ବେଳେ ୱାଡ଼ ସଭ୍ୟ ନିଳାବତୀ ଭୁକ୍ତା,ଆଶା କର୍ମୀ ଏନ ତ୍ରିବେଣି, ମିନି ଅଙ୍ଗନବାଡ଼ି କର୍ମୀ କେ ବିଜୟଲକ୍ଷ୍ମୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Comments (0)
Add Comment