ଫୁଲବାଣୀ:ସ୍ଥାନୀୟ ପୋଲିସ ରିଜର୍ଭ ପଡିଆ ନିକଟରେ ଥିବା ରାଧାକୃଷ୍ଣ ମନ୍ଦିର ଆଜି ସମ୍ପୂର୍ଣ୍ଣ ଖାଁ ଖାଁ ଲାଗୁଛି ନା ଅଛି ଭକ୍ତଙ୍କ ଭିଡ଼ ନା ଶୁଭୁଛି କୋଳାହଳ।କୋଭିଡ ୧୯ର ନିୟମ ଅନୁଯାୟୀ ଭକ୍ତମାନଙ୍କୁ ମନ୍ଦିର ଭିତରକୁ ପ୍ରବେଶ ନିଷେଧ କରାଯାଇଥିଲା ।ପ୍ରତିବର୍ଷ ଏଠାରେ ଜନ୍ମଷ୍ଟାମୀ ମହାସମାରୋହରେ ପାଳିତ ହେଉଥିଲା।ସମଗ୍ର ଫୁଲବାଣୀ ସହର ସମେତ ଆଖପାଖ ଗ୍ରାମରୁ ହଜାର ହଜାର ଭକ୍ତ ପୂଜାର୍ଚ୍ଚନା ନିମନ୍ତେ ଆସୁଥିବା ବେଳେ ଆଜି କିନ୍ତୁ ବିଧିର ବିଡମ୍ବନା ଯୋଗୁଁ ମନ୍ଦିର ସମ୍ପୂର୍ଣ୍ଣ ଶ୍ରୀହୀନ ଦେଖାଯାଉଥିଲା।କେବଳ ପଶୁପକ୍ଷୀଙ୍କ କୋଳାହଳ ହିଁ ଶୁଭୁଥିଲା ମନ୍ଦିର ପ୍ରାଙ୍ଗଣରେ।ଆଗାମୀ ବର୍ଷ ପାଇଁ ଅପେକ୍ଷା କରିବାର ସମୟ ବାକି ରହିଲା।