ବୌଦ୍ଧ,୧୯/୮ -ନୂଆଖାଇକୁ ନେଇ ବୌଦ୍ଧ ଜିଲ୍ଲାରେ ସମ୍ବଲପୁରୀ ଭାଷାରେ ତିଆରି ହୋଇଛି ଏକ କ୍ଷୁଦ୍ର ସମ୍ବଲପୁରୀ ଚଳଚ୍ଚିତ୍ର ଧର୍ମୁ ଗଉନ୍ତିଆ। କରୋନା ମହାମାରୀରେ ଜୀବିକା ହରେଇଥିବା ଗରିବ ଲୋକଙ୍କ ଅସୁବିଧା ଓ ଏଭଳି ଘଡ଼ି ସନ୍ଧି ମୁହୁର୍ତ୍ତରେ ଅଭାବ ଅସୁବିଧା କଟକଣା ମଧ୍ୟରେ ନିଜର ପରମ୍ପରା ଓ ସଂସ୍କୃତିକୁ କିଭଳି ବଞ୍ଚାଇ ରଖାଯାଇ ପାରିବେ ସେ ଉପରେ ଆଧାରିତ ଚଳଚ୍ଚିତ୍ର l ଲୋକଙ୍କ ଅଭାବ ଅସୁବିଧା ବେଳେ ଗାଆଁ ଲୋକଙ୍କୁ ଖାଇବାକୁ ଦେଇ ମୁହଁରେ ହସ ଫୁଟେଇଛି ମୁଖ୍ୟ ଚରିତ୍ର ଧର୍ମୁ ଗଉଁତିଆ ।ତା ସଙ୍ଗେ ସଙ୍ଗେ ନୂଆଖାଇରେ ସଚେତନତା ରହି କେମିତି ନୂଆଖାଇ ପାଳନ କରିବେ ଲୋକମାନଙ୍କୁ ସେ ସମ୍ପର୍କରେ ସଚେତନ କରାଯାଇଛି |
ଏହି ଚଳଚ୍ଚିତ୍ର ରେ ରଚନା ଓ ନିର୍ଦ୍ଦେଶନା ଦେଇଛନ୍ତି ସଞ୍ଜୟ କୁମାର ବାରିକ ଓ ଅଭିନୟ କରିଛନ୍ତି ସବୁ ନୂଆ କଳାକାର l ସେମାନଙ୍କ ମଧ୍ୟରେ ସୁଧାଂଶୁ ମହାକୁଳ ,ଭରିଶ୍ରବା କହଁର ,ଅନିତ ଦେହୁରୀ ,ଶୋଭାଗିନୀ ବାଘ ଓ କେମେରା ପରିଚାଳନା କରିଥିଲେ ରାଧାକାନ୍ତ ସିଂହ ।