ବୌଦ୍ଧ ,୧୩/୮- ହରଭଙ୍ଗା ବ୍ଲକ୍ ରାମଗଡ ଠାରେ ଓଡିଶା ମୋ ପରିବାର ପକ୍ଷରୁ ମା ବୁଢିବାଉରୀ ରକ୍ତଦାତା ସଙ୍ଘ ଓ ଜୀବନ ଜ୍ୟୋତି ସହଯୋଗରେ ଆଜି ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୁର୍ବେଦିକ ଚିକିସ୍ଛାଳୟ ଠାରେ ଅନୁଷ୍ଠିତ ହୋଇଛି । ଏଥିରେ ବଉଦ ବିଧାୟକ ପ୍ରଦୀପ କୁମାର ଅମାତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।ବଉଦ ଜିଲ୍ଲା ପରିଷଦ ଅଧକ୍ଷ ଅକ୍ରୁର ସେଠୀ ,ମୃତ୍ୟୁଞ୍ଜୟ ମିଶ୍ର, ଅଶୋକ ସାହୁ,ରବି ପାତ୍ର ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ ।ରାମଗଡ ସରପଞ୍ଚ ନରେଶ କୁମାର ସେଠୀ ଏହି ରକ୍ତଦାନ ଶିବିରକୁ ସୁଚାରୁ ରୁପେ ପରିଚାଳନା କରିଥିଲେ । ବୌଦ୍ଧ ରକ୍ତ ଭଣ୍ଡାରର ଡାକ୍ତର ମଳୟ ସାହୁ, କାଉନସିଲର ବନୋଜ ପ୍ରଧାନ, ଲାବୋରେଟରି ଟେକ୍ନିସିଆନ୍ ଦେବଦତ୍ତ କିଷାନ ରକ୍ତ ସଂଗ୍ରହ କରିଥିଲେ | ରକ୍ତ ଅଭାବରୁ ଯେମିତି ମୃତ୍ୟୁମୁଖରେ ନପଡିବେ ଜୀବନ ଜ୍ୟୋତିର ପ୍ରତିଷ୍ଠାତା ପ୍ରଶାନ୍ତ ବିଶି, ରକ୍ତ ଦାତା ପ୍ରବର୍ତ୍ତକ ତପନ ବେହେରା ରକ୍ତ ଦାତା ମାନଙ୍କୁ ପ୍ରବର୍ତ୍ତାଇ ଥିଲେ । ଏହି ଶବିରରେ ସମୁଦାୟ ୫୧ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା |