ଅବକାରୀ ବିଭାଗର ବ୍ୟାପକ ଚଢାଉ : ତାଡି ଓ ମହୁଲି ମଦ ସହ ୩ ଗିରଫ

ଢେଙ୍କାନାଳ:ସାରା ରାଜ୍ୟରେ ଲକ୍‌ଡାଉନ କଟକଣା ଯୋଗୁ ଦେଶୀ ବିଦେଶୀ ମଦ ଦୋକାନ ଗୁଡିକ ବନ୍ଦ ରହିଛି । ଫଳରେ ସାଧାରଣରେ ମଦ ମିଳିପାରୁନାହିଁ । ମଦ୍ୟପ ମାନେ ମଦ ପାଇଁ ଚୋରା କାରାବାର ହେଉଥିବା ଜାଗାର ଠିକଣା ଖୋଜି ପହଞ୍ଚିଯାଉଛନ୍ତି । ବିଦେଶି ମଦ ଦୋକାନ ଗୁଡିକ ସହରାଞ୍ଚଳରେ ବନ୍ଦ ରହିଥିବା ବେଳେ ମଦ୍ୟପ ମାନେ ବିଦେଶୀ ମଦ ଗୁଡିକ ଚୋରାରେ ୩ଗୁଣା ପଇସାଦେଇ କିଣୁଥିବା ସୁଣିବାକୁ ମିଳୁଛି । ହେଲେ ଏବେ କିନ୍ତୁ ମଦ ପାଇଁ ଗାଁ ଗହିଳର ଚିତ୍ର ସମ୍ପୁଣ୍ଣ ଅଲଗା । ଏବେ ଅନେକ ଗାଁ ଗହଳି ଗୁଡିକରେ ମହୁଲି ମଦ ରଦ୍ଧାଯାଇ ଚୋରା କାରବାର ଜାଗା ଗୁଡିକରେ କିଛି ବେପାରୀ ଆଣି ପହଞ୍ଚାଉଛନ୍ତି । କିଛି ମଦ୍ୟପ ମଧ୍ୟ ଦେଶୀ ମଦ ନ ମିଳିଲେ ତାଡି ଉପରେ ନିର୍ଭର କରି ତାଡି ଖଟି ମାନଙ୍କରେ ପହଞ୍ଚୁଛନ୍ତି । ଅଧିକ ନିଶା ହେବା ଉଦେଶ୍ୟରେ ତାଡିରେ ନିଶା ବଟିକା ପକାଇ ସେଗୁଡିକ ବିକ୍ରି କରିଥିବାର ଶୁଣିବାକୁ ମିଳୁଛି ।
ଏସବୁ କୁ ଦୃଷ୍ଟରେ ରଖି ଢେଙ୍କାନାଳି ଜିଲ୍ଲା ଅବାକାରୀ ଅଧିକ୍ଷକ ମନୋଜ କୁମାର ସେଠୀଙ୍କ ନିର୍ଦ୍ଦେଶରେ ଜିଲ୍ଲାର ବିଭିନ୍ନ ସ୍ଥାନ ମାନଙ୍କରେ ବ୍ୟାପକ ଚଢାଉ କରାଯାଉଛି । ଏହି ପରିପ୍ରେକ୍ଷିରେ ମଙ୍ଗଳବାର ସକାଳ ସମୟରେ ଅବକାରୀ ବିଭାଗର ଏକ ଟିମ ଢେଙ୍କାନାଳ ସଦର ବ୍ଲକ କାଇମାଟି ପଞ୍ଚାୟତର ଗହମୁଖୁଣ୍ଟି ଓ ନରଣପୁର ଅଞ୍ଚଳରେ ଚଢାଉ କରିଥିଲେ । ପ୍ରଥମେ ଗହମଖୁଣ୍ଟି ଅଞ୍ଚଳରେ ଥିବା ବ୍ୟାପକ ଖଜୁରୀ ଗଛ ଗୁଡିକଲେ ତାଡି ପାଇଁ ଗଛ ଗୁଡିକରେ ବଦ୍ଧାଯାଇଥିବା ଠେକୀ ଗୁଡିକ ଅବକାରୀ ବିଭାଗର କର୍ମଚାରୀ ମାନେ ବାଡେଇ ଭାଙ୍ଗିଦେଇଥିବାବେଳେ ସେହିଗ୍ରାମରେ ତାଡି ବିକ୍ରୀ କରୁଥିବା ଫକିର ନାଏକ ଓ ରୁଦ୍ର ନାଏକ କୁ ଗିରଫ କରିଥିଲେ । ପରେ ନରଣପୁର ଗ୍ରାମର ଜଣେ ମହିଳା ସସ୍ମିତା ନାଏକ ମହୁଲି ମଦ ବିକ୍ରୀୟ କରୁଥିବାରୁ ତାଙ୍କୁ ଗିରଫ କରାଯାଇଥିବା ବେଳେ ମଦ ରଦ୍ଧାପାଇଁ ରଖାଯାଇଥିବା ବ୍ୟାପକ ପୋଚକୁ ଫୋପାଡି ଦିଆଯାଇଥିଲା । ଗିରଫ ହୋଇଥିବା ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ଏହି ଚଢାଉରେ ଅବକାରୀ ସବ୍ ଇନସ୍ପେକ୍ଟର ଭକ୍ତବତ୍ସଳ ବର୍ମା, କନେଷ୍ଟବଳ ବିଶ୍ୱରଞନ ନାଥ, ହରିହର ବିଶୋଇ, ଟୁଲୁ ଧଳ ଓ ମହିଳା କନେଷ୍ଟବଳ ଗୋଲାପ ସାହୁ ସାମିଲ ରହିଥିଲେ ।

Comments (0)
Add Comment