ପୋଲ ବାଡାକୁ ଧକ୍କା ଦେଲା ଟ୍ରକ, 4 ଘଣ୍ଟା ରାସ୍ତା ଜାମ୍

ବୌଦ୍ଧ/ବାଉଁଶୁଣି,୪/୧୧ – ଆଜି ଭୋର ପ୍ରାୟ 3 ଘଣ୍ଟା ସମୟରେ ଜାତୀୟ ରାଜପଥ ନମ୍ବର୍ 57 ର ବlଉଁଶୁଣି ନିକଟ ବାଘନଦୀ ପୋଲ ଉପରେ ପୋଲ ବାଡାକୁ ଧକ୍କା ଦେଇ ଗୋଟିଏ ଟ୍ରକ୍ ଅଟକି ରହିବା ଫଳରେ ଦୀର୍ଘ ସମୟ ଧରି ଯାନବାହାନ ଚଳାଚଳ ବନ୍ଦ ରହିଥିଲା l ମିଳିଥିବା ସୂଚନା ଅନୁଯାୟୀ ବରଗଡରୁ କଟକ ଅଭିମୁଖେ ଯାଉଥିବା ଗୋଟିଏ କୁଣ୍ଡା ବୋଝେଇ ଟ୍ରକ ଓଡି 15 8011 ବାଘନଦୀ ପୋଲକୁ ପ୍ରବେଶ କଲା ବେଳେ ବୌଦ୍ଧ ପଟରୁ ତୀବ୍ର ବେଗରେ ଯାଉଥିବା ଗୋଟିଏ ଘରୋଇ ବସ୍ ସହ ମୁହଁlମୁହିଁ ଅବସ୍ଥାକୁ ଚାଲି ଆସିଥିଲା l ଦୁର୍ଘଟଣା କୁ ଏଡେଇବା ପାଇଁ ଟ୍ରକ୍ ଡ୍ରାଇଭର ପୋଲ ଉପରେ ବାମ ପାର୍ଶ୍ବକୁ କାଟି ଦେଇ ଥିବାରୁ ପୋଲ ବାଡାରେ ଟ୍ରକ୍ ଧକ୍କା ଦେଇ ଅଟକି ରହିଥିଲା | ଫଳରେ ପୋଲ ଉପରେ ଯାନବାହାନ ଚଳାଚଳ ହୋଇ ପାରିନଥିଲା l ଉଭୟ ପାର୍ଶ୍ବରେ ଶତାଧିକ ଭାରୀଯାନ ଗୁଡିକ ଅଟକି ରହିଥିଲେ l ଖବର ପାଇ ମନମୁଣ୍ଡା ଥାନା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ପୋଲ ଉପରେ ଫସି ରହିଥିବା ଟ୍ରକ କୁ କ୍ରେନ୍ ସାହାଯ୍ୟରେ ହଟାଇବା ପରେ ସକାଳ 7 ଘଣ୍ଟା ସମୟରେ ରାସ୍ତାରେ ଯାନବାହାନ ଚଳାଚଳ ସ୍ବାଭାବିକ ହୋଇଥିଲା |

Comments (0)
Add Comment