ଉଚ୍ଚଶିକ୍ଷା ମନ୍ତ୍ରୀ ଡ଼ଃ ଅରୁଣକୁମାର ସାହୁଙ୍କ ଗସ୍ତକୁ ନେଇ ଚଳଚଞ୍ଚଳ ଗଣିଆ କିଶୋରଚନ୍ଦ୍ର ନୋଡାଲ ବିଦ୍ୟାପୀଠ

ଦଶପଲ୍ଲା,୧୯/୩ :- ସ୍କୁଲରେ ହିଁ ଆମ ବ୍ୟକ୍ତିତ୍ବର ମୂଳଦୁଆ ପଡ଼ିଥାଏ । ଶିକ୍ଷା ହିଁ ସଭ୍ୟତା ଓ ସଂସ୍କାରକୁ ଆଗକୁ ନେଇଥାଏ ଏବଂ ରୂପାନ୍ତରର ଭିତ୍ତି ପକାଇଥାଏ । ତେଣୁ ଆମ ଶିକ୍ଷା ଭିତ୍ତିଭୂମିରେ ଉନ୍ନତି ଆଣି ସରକାରୀ ବିଦ୍ୟାଳୟ ଗୁଡ଼ିକରେ ଏକ ଆଦର୍ଶ ଶୈକ୍ଷିକ ପରିବେଶ ସୃଷ୍ଟି କରିବା ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ମୋ ସ୍କୁଲ’ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଜଣେ ବ୍ୟକ୍ତି ଚାହିଁଲେ ସେ ପଢୁଥିବା ସ୍କୁଲର ବିକାଶରେ ଭାଗିଦାରୀ ହୋଇପାରିବ । ତାହା ଭିତ୍ତିଭୂମି ବିକାଶ ହେଉ ବା ଶିକ୍ଷାଦାନ । ରାଜ୍ୟ ସରକାରଙ୍କ ଏହି କାର୍ଯ୍ୟକ୍ରମରେ ଦେଶ ବିଦେଶର ବହୁ ଓଡ଼ିଆ ସାମିଲ ହୋଇ ସେମାନେ ପଢ଼ିଥିବା ବିଦ୍ୟାଳୟର କାୟାକଳ୍ପରେ ସାମିଲ ହୋଇଛନ୍ତି ।ଏହି ପରିପ୍ରେକ୍ଷୀରେ ପୋଷ୍ୟ ସ୍କୁଲ ଗ୍ରହଣରେ ସାମିଲ ହୋଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଡ଼ଃ ଅରୁଣ କୁମାର ସାହୁ। ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ସାହୁ ମୋ ସ୍କୁଲ” ଅଭିଯାନରେ ନୟାଗଡ଼ ଜିଲ୍ଲାର ୩ଗୋଟି ସ୍କୁଲକୁ ପୋଷ୍ୟସ୍କୁଲ ଭାବରେ ନେଇଥିବାବେଳେ କିଶୋର ଚନ୍ଦ୍ର ନୋଡାଲ ବିଦ୍ୟାପୀଠ ,ଗଣିଆ କୁ ଆସନ୍ତା୨୮/୦୩/୨୧ ରବିବାର ଦିନ ଆସୁଥିବାରୁ ତାଙ୍କୁ ସ୍କୁଲ ତରଫରୁ ସମ୍ବଦ୍ଧିତ କରିବାପାଇଁ ଆଜି ଗଣିଆ କିଶୋରଚନ୍ଦ୍ର ନୋଡାଲ ବିଦ୍ୟାପୀଠ ପ୍ରାଙ୍ଗଣରେ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ବିଜୟଲଷ୍ମୀ ମିଶ୍ରଙ୍କ ସଭାପତିତ୍ୱରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ମୋସ୍କୁଲ ଅଭିଯାନର ସଭାପତି ଦେବାନନ୍ଦ ମିଶ୍ର, ସ୍କୁଲ ପରିଚାଳନା କମିଟିର ସଭାପତି ଜଗନ୍ନାଥ ମିଶ୍ର ,ଜିଲ୍ଲାପରିଷଦ ସଭ୍ୟ ମହେଶ୍ୱର ମହାରଣା ,ସରପଞ୍ଚଙ୍କ ପ୍ରତିନିଧି ଅଜୟ କୁମାର ଲେଙ୍କା ,ସମିତି ସଭ୍ୟା ସଂଧ୍ୟାରଣୀ ସାହୁ ,ସ୍କୁଲର ପ୍ରଥମ ଆଲୁମିନି ଦିତିକୃଷ୍ଣ ସାହୁ , ଗଣିଆର ପୂର୍ବତନ ସରପଞ୍ଚ ବ୍ରଜମୋହନ ମିଶ୍ର ,ଆନନ୍ଦ ଚନ୍ଦ୍ର ବେହେରା ,ସରୋଜ କୁମାର ଦାଶ, ଶିକ୍ଷକ ସୁନୀଲ କୁମାର ସାହୁ, ଶୋଭନ କୁମାର ପଣ୍ଡା, କିଶୋର କୁମାର ପଣ୍ଡା,ରାଜକିଶୋର ସାହୁ, ପବିତ୍ର କୁମାର ମଲ୍ଲ ,ଶିକ୍ଷୟତ୍ରୀ ପ୍ରତିମା କୁମାରୀ ଦେବୀ,ସାମ୍ବାଦିକ ବିଶ୍ୱରଂଜନ ସେଠୀ, ସାମ୍ବାଦିକ ଦେବୀପ୍ରସାଦ ଦାଶ ଉପସ୍ଥିତ ଥିଲେ। ମୋସ୍କୁଲ ଅଭିଯାନରେ ୧୯୮୩ ମସିହା ଠାରୁ୨୦୦୦ ମସିହା ପର୍ଯ୍ୟନ୍ତ ୫୦୦ରୁ ଅଧିକ ପୁରୁଣା ଛାତ୍ର ଛାତ୍ରୀ ମାନଙ୍କର ଏକ ତାଲିକା ପ୍ରସ୍ତୁତ କରାଯାଇ ପଞ୍ଚାୟତ କ୍ରମରେ ଦାୟିତ୍ୱ ବଣ୍ଟନ କରାଯାଇଥିଲା । ଗଣିଆ ପଞ୍ଚାୟତ ପାଇଁ ସୁନୀଲ କୁମାର ସାହୁ , ସନ୍ତୋଷ କୁମାର ବେହେରା ,ଦେବୀପ୍ରସାଦ ଦାଶ ,ବିଶ୍ୱରଂଜନ ସେଠୀ ।ବେଳପଡ଼ାପାଟଣା ପଞ୍ଚାୟତ ପାଇଁ ଆନନ୍ଦ ଚନ୍ଦ୍ର ବେହେରା ,ସରୋଜ କୁମାର ଦାଶ ,ସମୀର କୁମାର ମହାପାତ୍ର ,ପୂର୍ଣଚନ୍ଦ୍ର ସାହୁ ,ସନ୍ତୋଷ କୁମାର ମହାଳିକ ।କରଡ଼ାପଡା ପଞ୍ଚାୟତ ପାଇଁ ଶରତ କୁମାର ବାରିକ ,ବିଶ୍ୱନାଥ ସାହୁ ,ଶରତ କୁମାର ଜେନା, ଶେଷଦେବ ରାଉତ , । କିଶୋରପ୍ରସାଦ ପଞ୍ଚାୟତପାଇଁ ସୁକଦେବ ରାଉତ ଓ ବଳରାମ ବେହେରାଙ୍କୁ ଦାୟିତ୍ୱ ଦିଆଯାଇଥିଲା । ସମସ୍ତ ଆଲୁମିନିଙ୍କ ସହିତ ଘରକୁ ଘର ଓ ଫୋନ ମାଧ୍ୟମରେ ପହଁଞ୍ଚି ୨୮/୦୩/୨୧ରିଖ ରବିବାର ଦିନ ସ୍କୁଲରେ ପହଁଞ୍ଚିବାକୁ ଅନୁରୋଧ କରିଥିଲେ ପ୍ରଧାନଶିକ୍ଷୟତ୍ରୀ । ମନ୍ତ୍ରୀଙ୍କ ଗ୍ରସ୍ତକୁ ନେଇ ଗଣିଆ ଅଞ୍ଚଳରେ ଏକ ଖୁସିର ମାହୋଲ ସୃଷ୍ଟି ହୋଇଛି। ଆସନ୍ତା୨୩/0୩/୨୧ ରିଖ ମଙ୍ଗଳବାର ଦିନ୧୦ଘଣ୍ଟିକା ସମୟରେ ଚୂଡାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେବ ବୋଲି ପ୍ରଧାନ ଶିକ୍ଷୟତ୍ରୀ ସମସ୍ତଙ୍କୁ ଜଣାଇଥିଲେ ।ପରିଶେଷରେ ମୋ ସ୍କୁଲ ଅଭିଯାନର ସଭାପତି ଦେବାନନ୍ଦ ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Comments (0)
Add Comment