ଦଳିତ ଅଧିକାର ମଞ୍ଚ ପକ୍ଷରୁ ଦାବିପତ୍ର ପ୍ରଦାନ

ବୌଦ୍ଧ,୨୦/୧୦ – ଦଳିତ ଅଧିକାର ମଞ୍ଚ ତରଫରୁ ଆଜି ବୋୖଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟ ରେ ଏକ 6 ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି | ଉତ୍ତର ପ୍ରଦେଶର ହାଥରସ୍ ଠାରେ ଦଳିତ ଯୁବତୀଙ୍କ ପ୍ରତି ହୋଇଥିବା ଗଣ ବଳାତ୍କାର ମାମଲାର ସିବିଆଇ ତଦନ୍ତ କରିବା, ମୃତକ ପରିବାରକୁ 50 ଲକ୍ଷ ଟଂକାର ସହାୟତା ପ୍ରଦାନ, ସ୍ଥାନୀୟ ଜିଲ୍ଲାପାଳ ଓ ଏସ.ପି.ଙ୍କ ବିୟୋଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ, ଉତ୍ତର ପ୍ରଦେଶ ସରକାରଙ୍କୁ ବହିଷ୍କାର କରିବା ଆଦି ଦାବୀ କରିଛନ୍ତି |

Comments (0)
Add Comment