ବୌଦ୍ଧ: ସହକାରୀ ନିବନ୍ଧକ ସମବାୟ ସମିତି ସମୂହ, ବୌଦ୍ଧଙ୍କ କାର୍ଯ୍ୟାଳୟର ଉପ ସହକାରୀ ନିବନ୍ଧକ ପାଣୁଚରଣ ସାହୁଙ୍କୁ ଗତକାଲି ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି । ଶ୍ରୀ ସାହୁଙ୍କ ସୋନପୁର ସହକାରୀ ନିବନ୍ଧକଙ୍କ କାର୍ଯ୍ୟାଳୟକୁ ବଦଳି ହୋଇଥିବାରୁ ବୌଦ୍ଧ ଜିଲ୍ଲାର ସମସ୍ତ ପୋକ୍ସର ସଂପାଦକମାନେ ଓ ସହକାରୀ ନିବନ୍ଧକଙ୍କ କାର୍ଯ୍ୟାଳୟର କର୍ମଚାରୀମାନେ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଶ୍ରୀ ସାହୁ ବୌଦ୍ଧ ଏଆର୍ସିଏସଙ୍କ କାର୍ଯ୍ୟାଳୟରେ ତା.୨୪.୭.୧୯୯୬ରେ ସମବାୟ ନିରୀକ୍ଷକ ଭାବରେ ଚାକିରୀ ଆରମ୍ଭ କରିଥିଲେ । ତାଙ୍କର ବୌଦ୍ଧରେ ଚାକିରୀ କାଳ ମଧ୍ୟରେ ତା.୩.୭.୧୯୯୯ରେ ବୌଦ୍ଧ ବ୍ଲକର ସମବାୟ ସଂପ୍ରସାରଣ ଅଧିକାରୀ, ତା.୩୧.୧୦.୨୦୧୪ରେ ହରଭଙ୍ଗା ବ୍ଲକର ସିଇଓ ଏବଂ ତା.୨୬.୧୨.୨୦୧୬ ରିଖରୁ ବର୍ତ୍ତମାନ ଯାଏଁ ଉପକାରୀ ନିବନ୍ଧକ ଗଗନ ବିହାରୀ ଦାଶଙ୍କ ଅବସର ଗ୍ରହଣ ପରେ ତା. ୧.୮.୨୦୧୭ରିଖରୁ ସହକାରୀ ନିବନ୍ଧକ ଭାବରେ ଦାୟିତ୍ୱ ନିର୍ବାହ କରିଥିଲେ । ସେହିପରି ବୌଦ୍ଧ ବ୍ଲକର ସଂପ୍ରସାରଣ ଅଧିକାରୀ ଥିବାବେଳେ ବୌଦ୍ଧ ନିୟନ୍ତ୍ରିତ ବଜାର କମିଟିର ସଂପାଦକ ଦାୟିତ୍ୱରେ ମଧ୍ୟ ଥିଲେ ।
ଗତକାଲିର ବିଦାୟ ସମ୍ବର୍ଦ୍ଧନା ସଭାରେ ବୌଦ୍ଧ କନ୍ଧମାଳ ଉପ ନିବେଦନ୍ଧକଙ୍କ ସମେତ ବୌଦ୍ଧ ସମବାୟ କେନ୍ଦ୍ର ବ୍ୟାଙ୍କର ମୁଖ୍ୟ ନିର୍ବାହୀ ଅଧିକାରୀ ସୁରେନ୍ଦ୍ର ପ୍ରଧାନ, ସହକାରୀ ନିବନ୍ଧକ ଭୀମସେନ ସାହୁଙ୍କ ସମେତ ସମସ୍ତ ସଂପାଦକ ଓ କାର୍ଯ୍ୟାଳୟର କର୍ମଚାରୀ ଉପସ୍ଥିତ ଥିଲେ ।