କୂଅରେ ପଡ଼ି ବୃଦ୍ଧା ମୃତ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା କ.ନୁଆଗାଁ ମେଡିକାଲ କଲୋନୀରେ ଅଘଟଣ । କୁଅରେ ପଡ଼ି ବୃଦ୍ଧା ମୃତ । ଗାଧୋଇବା ପାଇଁ କୂଅରୁ ପାଣି ଟାଣୁଥିବା ବେଳେ ଗୋଡ଼ ଖସି କୂଅ ଭିତରେ ପଡ଼ି ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ମୃତକ କ.ନୁଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଆଟେଣ୍ଡାଣ୍ଟ ବାୟାନାଥ ପ୍ରଧାନଙ୍କ ମା ରଙ୍ଗବତି ପ୍ରଧାନ ହୋଇଥିବା ଜଣାପଡ଼ିଛି । ସୂଚନା ପ୍ରକାରେ ଆଜି ସକାଳେ ବାୟା ନାଥଙ୍କ ମା ଗାଧୋଇବା ପାଇଁ ସରକାରୀ ବାସଭବନ ନିକଟରେ ଥିବା କୂଅରୁ ପାଣି କାଢ଼ିବାକୁ ଯାଇଥଲେ । ଘରକୁ ଫେରିବାରେ ବିଳମ୍ବ ହେବାରୁ ପ୍ରଥମେ ଚାରିଆଡେ ଖୋଜାଖୋଜି କରିଥିଲେ । ପରେ କୂଅ ନିକଟକୁ ଯାଇ ଦେଖିବା ବେଳକୁ ତାଙ୍କ ଲୁଗା କୂଅ ଭିତରେ ଭାସୁଥିବା ଦେଖିବାକୁ ପାଇଥିଲେ । ଖବରପାଇ ଘଟଣାସ୍ଥଳରେ କ.ନୂଆଗାଁ ପୋଲିସ୍‌ ଓ ଅଗ୍ନିଶମ ବାହିନୀ ପହଞ୍ଚି କୂଅ ଭିତରୁ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଛି ପୋଲିସ୍‌ ।

Comments (0)
Add Comment