କେନ୍ଦୁଝର : ସଦର ବ୍ଳକ ଅନ୍ତର୍ଗତ ରାଇକଳା ପଞ୍ଚାୟତର କରଞ୍ଜିଆପଡ଼ା ଏବଂ ପଳାଶ ପଙ୍ଗାପଞ୍ଚାୟତ ନୂଆପଡାଠାରେ ମୃତ୍ତିିକା ସ୍ୱାସ୍ଥ୍ୟ କାର୍ଡ ସମ୍ବନ୍ଧିତ ଦୁଇଟି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ସ୍ଥାନୀୟ କୃଷକମାନଙ୍କୁ ମୃତ୍ତିିକା ପରୀକ୍ଷାର ଉପାଦେୟତା କ’ଣ ସେ ସମ୍ବନ୍ଧରେ ବ୍ଳକ କୃଷି ଅଧିକାରୀ ତଥା ଅନ୍ୟାନ୍ୟ ଅଧିକାରୀ ବୁଝାଇଥିଲେ । ଏହି କାର୍ଯ୍ୟକ୍ରମ ବର୍ତ୍ତମାନ ସଦର ବ୍ଳକର ବିଭିନ୍ନ ସ୍ଥାନରେ ଚାଲୁଥିବାର ଜଣାଯାଏ । ଏହି କାର୍ଯ୍ୟକ୍ରମକୁ ଭାରତ ସରକାର ଏବଂ ରାଜ୍ୟ ସରକାରଙ୍କ ୬୦ : ୪୦ ଅନୁପାତରେ ସଂପାଦନ କାରା ଯାଉଥିବାର ଜଣାଯାଏ । ଆଜିର କାର୍ଯ୍ୟକ୍ରମରେ ସଦର ବ୍ଳକ କୃଷି ଅଧିକାରୀ ସତ୍ୟ ଶଙ୍କର ପାତ୍ର, ଜିଲ୍ଲା ମୃତ୍ତିିକା ରସାୟନବିତ୍ତ ରବି କୁମାର ସାହୁ, ଏଓ ରାଇକଳା ସବିତା ସେଠୀ ଏବଂ ଏଟିଏମ ସଦର ବ୍ଳକ ଉପସ୍ଥିତ ଥିଲେ ।