ଶିକ୍ଷା ପାଠ୍ୟକ୍ରମରେ “ବନ୍ଦେ ଉତ୍କଳ ଜନନୀ’କୁ ସାମିଲ ପ୍ରସଙ୍ଗ, ୨୯ରେ ସବୁ ଜିଲ୍ଲାରେ ପ୍ରତିବାଦ କରିବ କୋଶଲ ରାଜ୍ୟ ସମନ୍ୱୟ ସମିତି

ବଲାଙ୍ଗୀର: ରାଜ୍ୟ ସରକାର ବୁଧବାର ଦିନ “ବନ୍ଦେ ଉତ୍କଳ ଜନନୀ’କୁ ସ୍କୁଲ ପାଠ୍ୟକ୍ରମରେ ସାମିଲ କରିଛନ୍ତି । ଏହାକୁ କୋଶଲ ରାଜ୍ୟ ସମନ୍ୱୟ ସମିତି ତୀବ୍ର ବିରୋଧ କରିଛି । ଏହାର ପ୍ରତିବାଦରେ ଆସନ୍ତା ୨୯ ତାରିଖ ଦିନ ସବୁ ଜିଲ୍ଲାରେ ପ୍ରତିବାଦ କରାଯିବ ବୋଲି ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛି । ଏହି ଦିନ ସବୁ ଜିଲ୍ଲା ଶିକ୍ଷାଧିକାରୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଦିଆଯିବ । ସମିତି ପକ୍ଷରୁ କୁହାଯାଇଛି ଯେ, ମହାମାରୀ କରୋନାର ପ୍ରଥମ ଲହରର ସୁଯୋଗ ନେଇ ରାଜ୍ୟ ସରକାର ବନ୍ଦେ ଉତ୍କଳ ଜନନୀକୁ ରାଜ୍ୟ ସଂଗୀତର ମର୍ଯ୍ୟାଦା ଦେଇଥିବାବେଳେ ଏବେ ଦ୍ୱିତୀୟ ଲହରର ସମୟରେ ଏହାକୁ ପାଠ୍ୟକ୍ରମରେ ସାମିଲ କରିଛନ୍ତି । କୋଶଲାଞ୍ଚଳର ଲୋକଙ୍କ ଭାବାବେଗ ସହ ଖେଳି ସରକାର ଏକପାଖିଆ ନିଷ୍ପତ୍ତି ନେଇଛନ୍ତି ବୋଲି ସମିତି ଅଭିଯୋଗ କରିଛି । ତେଣୁ ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ସବୁ ସ୍ତରରେ ଦଳମତ ନିର୍ବିଶେଷରେ ବିରୋଧ କରିବା ସହ ସ୍ୱତନ୍ତ୍ର କୋଶଲ ପ୍ରଦେଶ ମୁକ୍ତି ଆନ୍ଦୋଳନକୁ ଜୋରଦାର କରିବାକୁ ସମିତିର କେନ୍ଦ୍ରୀୟ ଅଧ୍ୟକ୍ଷ ପ୍ରମୋଦ ମିଶ୍ର ଓ କେନ୍ଦ୍ରୀୟ ସାଧାରଣ ସଂପାଦକ ସୁନୀଲ ପୁରୋହିତ ଆହ୍ୱାନ ଦେଇଛନ୍ତି ।

Comments (0)
Add Comment