ବାତ୍ୟା ପାଇଁ ୨ ଦିନ ଟିକାକରଣ ବନ୍ଦ

ଭୁବନେଶ୍ବର: ବାତ୍ୟାର ରୂପ ନେଇଛି ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ । ଧିରେ ଧିରେ ବାତ୍ୟା ‘ଗୁଲାବ’ ସ୍ଥଳଭାଗ ଆଡ଼କୁ ମୁହାଁଉଛି । ଏନେଇ ରାଜଧାନୀରେଟିକାକରଣ ଦୁଇ ଦିନ ବନ୍ଦ ରହିବ ବୋଲି ବିଏମସି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।ସମ୍ଭାବ୍ୟ ବାତ୍ୟା ଓ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛି ଭୁବନେଶ୍ବର ମହାନଗର ନିଗମ । ଆଜି ଓ ଆସନ୍ତାକାଲି ବନ୍ଦ ରହିବ ଟୀକାକରଣ । ଏନେଇ ଟୁଇଟ ଯୋଗେ ବିଏମସି ପକ୍ଷରୁ ସୂଚନା ଦିଆଯାଇଛି ।

Comments (0)
Add Comment