ଭୁବନେଶ୍ୱରରେ ପୁଣି ୫୨ ପଜିଟିଭ

ଭୁବନେଶ୍ୱର: ଚଳିତ ମାସ ରାଜ୍ୟରେ କରୋନା ଉପରମୁହାଁ ହୋଇଥିବା ବେଳେ ଗଞ୍ଜାମ ଓ ଉପକୂଳ ଓଡିଶାର ଖୋର୍ଦ୍ଧା, କଟକ,ଯାଜପୁର ପଜିଟିଭ ସଂଖ୍ୟାରେ ହଟସ୍ପଟ ହେବାକୁ ଯାଉଛି । ସବୁଠାରୁ ଉଦବେଗଜନକ କଥା ହେଲା ରାଜଧାନୀ ଭୁବନେଶ୍ୱର କରୋନା ସଂକ୍ରମଣରେ ଏବେ ଶୀର୍ଷ ସ୍ଥାନରେ ପହଞ୍ଚିବାକୁ ଯାଉଛି, ଯାହା ଲୋକଙ୍କ ମନରେ ଆତଙ୍କ ଖେଳିଗଲାଣି । ଭୁବନେଶ୍ୱରର ସ୍ଥିତି ଗଞ୍ଜାମ ଭଳି ଯେ ଭୟଙ୍କର ହେବ ଏହା ଏବେ ଲୋକଙ୍କୁ ଅଥୟ କରୁଥିବା ବେଳେ ଆଜି ରାଜ୍ୟରେ ୭୩୬ ପଜିଟିଭ ଚିହ୍ନଟ ହୋଇଥିବା ବେଳେ କେବଳ ରାଜଧାନୀ ଭୁବନେଶ୍ୱରରେ ୫୨ଟି ପଜିଟିଭ ସଂଖ୍ୟା ଚିହ୍ନଟ ହୋଇଛି । ଏଗୁଡିକ ମଧ୍ୟରେ ନୟାପଲ୍ଲୀ, ରସୁଲଗଡ, ଅଶୋକନଗର, ହଲଦୀପଡା, ଡୁମଡୁମା, ୟୁନିଟ-୮, ଜାଗମରା, ଘାଟିକିଆ, ଆଇଆରସି ଭିଲେଜରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗୋଟିଏ ଘରୋଇ ହସ୍ପିଟାଲର ଜଣେ ଛାତ୍ରୀ ଚିହ୍ନଟ ହୋଇଥିବା ବେଳେ ଚନ୍ଦ୍ରଶେଖରପୁରରୁ ୩, ରବିଟକିଜ ଓ ବଡଗଡରୁ ଜଣେ ଲେଖାଏଁ । ସେହିପରି ଶୈଳଶ୍ରୀବିହାର, ସାମନ୍ତରାପୁର ଓ ଚିନ୍ତାମଣିଶ୍ୱରରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି ବୋଲି ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Comments (0)
Add Comment