ଖାଉଟିଙ୍କ ଠାରୁ କିରୋସିନ ଦର ଦୁଇଗୁଣା ଆଦାୟ ଅଭିଯୋଗ

ବୌଦ୍ଧ:ଲକଡାଉନ ସମୟରେ ସରକାରୀ ଧାର୍ଯ୍ୟ ଦରଠାରୁ ଅଧିକ ଦରରରେ ଖାଉଟିଙ୍କୁ ସରକାରୀ ରିଟେଲରମାନେ କିରୋସିନ ବିକ୍ରି କରିଥିବା ଆଲୋଚନା ଚାଲିଛି । ସେହି ପରିପ୍ରେକ୍ଷୀରେ ବୌଦ୍ଧଜିଲ୍ଲା ମଧ୍ୟ ବାଦ୍ ପଡିନାହିଁ । ବୌଦ୍ଧବ୍ଲକ ବହିରା ଗ୍ରାମପଞ୍ଚାୟତରେ ସରକାରୀ ଧାର୍ଯ୍ୟଦର ୧୫ଟଙ୍କା ଥିବାବେଳେ ପଞ୍ଚାୟତ କର୍ମଚାରୀମାନେ କିରୋସିନ ଲିଟର ପିଛା ୩୦ ଟଙ୍କାରେ ବିକ୍ରି କରିଥିବା ଅଭିଯୋଗ ହୋଇଛି । ଏ ସଂପର୍କରେ ବୌଦ୍ଧବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଠାରେ ଆଜି ଏକ ଲିଖିତ ଅଭିଯୋଗ ଦାଖଲ କରିଛନ୍ତି ବହିରାର ଜଣେ ଖାଉଟି ଶମ୍ଭୁପ୍ରସାଦ ଗାଇଗୌରିଆ । ଅଭିଯୋଗ ଅନୁଯାୟୀ ପଞ୍ଚାୟତ କର୍ମଚାରୀ ୧୫ଟଙ୍କା ବଦଳରେ ୩୦ ଟଙ୍କା ଲେଖାଏଁ ମୋଟ ୫ଲିଟର କିରୋସିନକୁ ୧୫୦ ଟଙ୍କା ଆଦାୟ କରି ଆତ୍ମସାତ କରୁଛନ୍ତି । ପଞ୍ଚାୟତର ଶହଶହ ଖାଉଟି କାର୍ଡଧାରୀ ଦୁଇଗୁଣା ମୂଲ୍ୟ ଦେଇ ଠକେଇର ଶିକାର ହୋଇଥିବା ଶ୍ରୀ ଗାଈଗୌରିଆ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇବାପରେ ସେ ସଂପର୍କରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଜିଲ୍ଲା ଯୋଗାଣ ଅଧିକାରୀଙ୍କ ନିକଟକୁ ପଠାଇ ଦେଇଥିବା ଜଣାପଡିଛି ।

Comments (0)
Add Comment