ଗତ 29 ତାରିଖ ଠାରୁ 5 ତାରିଖ ପର୍ଯ୍ୟନ୍ତ”ଆଳାପ” ସଙ୍ଗୀତ ଅନୁଷ୍ଠାନ ଭୁବନେଶ୍ୱର ଦ୍ଵାରା ଅନଲାଇନ ମାଧ୍ୟମରେ ଅନୁଷ୍ଠିତ ଆନ୍ତର୍ଜାତୀୟ ସ୍ତରୀୟ ଓଡିଶୀ ରାଗ କଣ୍ଠ ସଙ୍ଗୀତ 2020 ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।ଉକ୍ତ ପ୍ରତିଯୋଗିତାରେ ସ୍ଥାନୀୟ ଯୁବ କଣ୍ଠଶିଳ୍ପୀ ତଥା ଗୁରୁ ରଘୁନାଥ ପାତ୍ରଙ୍କ ଛାତ୍ର ଆଶୁତୋଷ ମିଶ୍ର ଭାଗ ନେଇ କବି କଳହଂସ ଗୋପାଳକୃଷ୍ଣ ଙ୍କ ରଚନାରୁ ପନ୍ତୁବରାଡ଼ି ଭାଗରେ ଓଡିଶୀ ସଙ୍ଗୀତ ପରିବେଷଣ କରି ତୃତୀୟ ସ୍ଥାନ ହାସଲ କରିଛନ୍ତି।ଏଥିରେ ଦେଶ ବିଦେଶ ଓ ରାଜ୍ୟର 126ଜଣ କଣ୍ଠ ଶିଳ୍ପୀ ଭାଗ ନେଇଥିଲେ। ଏହି ପ୍ରତିଯୋଗିତାରେ ପ୍ରଥମ ସ୍ଥାନ କେନ୍ଦ୍ରାପଡା ର ପ୍ରିତି ନନ୍ଦ ପରିଡ଼ା,ଦ୍ୱିତୀୟ ସ୍ଥାନ ଜର୍ମାନ ପ୍ରବାସୀ ଓଡ଼ିଆ ଜିଜ୍ଞାସା ମିଶ୍ର ଅଧିକାର କରିଛନ୍ତି। ଏହି ସଫଳତା ପାଇଁ ଭକ୍ତି ସଙ୍ଗୀତ ସଂସଦର ସମ୍ପାଦକ ପୂର୍ଣ୍ଣ ଚନ୍ଦ୍ର ରଥ,କ୍ରିଏଟିଭ ଆର୍ଟସର ନୃସିଂହ ଚରଣ ପଟ୍ଟନାୟକ,ଗୁରୁବିଜୟପ୍ରଧାନ,ଗୁରୁ ରଘୁନାଥ ପାତ୍ର, ଆଦର୍ଶ ଦାସ ପ୍ରମୁଖ ଆଶୁତୋଷ ଙ୍କୁ ଶୁଭେଚ୍ଛା ଓ ଆଶୀର୍ବାଦ ପ୍ରଦାନ କରିଛନ୍ତି।ଏହିପ୍ରତିଯୋଗିତା ରେ ବିଚାରପତି ଥିଲେ ଓଡ଼ିଶାର ବରିଷ୍ଠ କଣ୍ଠଶିଳ୍ପୀ ଗୁରୁ ଘନଶ୍ୟାମ ପଣ୍ଡା ଓ ଗୁରୁ ରାମ ହରି ଦାସ ।ଏହାର ମୁଖ୍ୟ ଆୟୋଜକ ଥିଲେ ଗୁରୁ ନିମାକାନ୍ତ ରାଉତରାୟ।