ଆଜି ଭୁବନେଶ୍ୱରରେ ୭ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ପ୍ରତିଦିନ କରୋନା ଆକ୍ରାନ୍ତ ପଜିଟିଭ ସଂଖ୍ୟା ଲମ୍ବା ଡିଆଁ ଡେଇଁ ଡେଇଁ ଚାଲିଛି । ଥମିବାର ନା’ ଧରୁନାହିଁ । ରାଜ୍ୟ ସରକାରଙ୍କର ପ୍ରୟାସ ଆକ୍ରାନ୍ତ ରୋକିବା ପାଇଁ ଜାରି ରହିଥିଲେ ମଧ୍ୟ ତାହା କରୋନା ଭାଇରସ ସତେ ଯେପରି କିଛି ମାନୁନାହିଁ । ପ୍ରବାସୀମାନେ ଓଡିଶା ଫେରିବା ପରେ ଏମିତି ସ୍ଥିତି ଏବେ ସବୁଦିନ ଲାଗି ରହିଛି । ସାମାଜିକ ଦୂରତା ଏସବୁ ପ୍ରଚେଷ୍ଠାର ଏକମାତ୍ର ପ୍ରୟାସ ପାଲଟିଛି । ଏହି କ୍ରମରେ ଆଜି ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ ପୁଣି ୭ଟି କରୋନା ପଜିଟିଭ ଆକ୍ରାନ୍ତ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪ଜଣ ହୋମ କ୍ୱାରେଣ୍ଟାଇନ ଓ ତିନିଜଣ ଲୋକାଲ ଅଟନ୍ତି । ହୋମ କ୍ୱାରେଣ୍ଟାଇନ ବ୍ୟକ୍ତି ୪ଜଣ ସମେତ ରେଳବାଇ କର୍ମଚାରୀ । ଲୋକାଲ ୩ ମଧ୍ୟରୁ ୨ଜଣ ଡୁମୁଡୁମା ହାଉସିଂବୋର୍ଡ କଲୋନୀର ଓ ଅନ୍ୟ ଜଣେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲର ମହିଳା କର୍ମଚାରୀ । ଏହି କ୍ରମରେ ରାଜ୍ୟରେ ୧୬୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କୁ ମିଶାଇ ମୋଟ ଆକ୍ରାନ୍ତ୪୬୭୭ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା ଆକ୍ରାନ୍ତ ମଧ୍ୟରୁ୧୪୦ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ହୋଇଥିବା ସୂଚନା ଓ ଲୋକସଂପର୍କ ବିଭାଗ ତଥ୍ୟ ରଖିଛି ।

Comments (0)
Add Comment