ଟାଙ୍କି ଅଛି ମୋଟର ନାହିଁ :୧ ବର୍ଷ ୯ମାସଧରୀ ଜଳକଷ୍ଟ ଭୋଗୁଛନ୍ତି ସୁରୁଣ୍ଡି ଗ୍ରାମବାସି

ହରଭଙ୍ଗା:ବୌଦ୍ଧଜିଲ୍ଲା ହରଭଙ୍ଗାବ୍ଲକର ସୁରୁଣ୍ଡି ଗ୍ରାମରେ ଗତ ୧୯-୨୦ ଆର୍ଥିକ ବର୍ଷରେ ଏକ ପାନିୟଜଳ ଯୋଗାଣର ପ୍ରକଳ୍ପ ନିର୍ମାଣ କରାଯାଇଥିଲା। ଏଥିପାଇଁ ପାଣି ଟାଙ୍କି ନିର୍ମାଣ ହେବାସହ ସୁରୁଣ୍ଡି ଗ୍ରାମର ଦୁଇଟି ଓ୍ବାଡ୍ ପାଇଁଁ ପାଇପ୍ ବିଛା ଯାଇଥିଲା । ହେଲେ ଏଠାରେ ପିଇବା ପାଣି ନିମନ୍ତେ ଏକ ୩୦ହଜାର୍ ଲିଟର ର ପାଣି ଟାଙ୍କି କରାଯାଇଥିଲା। ହେଲେ ଏଠାରେ ମୋଟର ବ୍ୟବସ୍ଥା ନଥିବାହେତୁ ତାହା କାଯ୍ୟକ୍ଷମ ହୋଇପାରୁ ନାହିଁ । ସେହିପରୀ ଗ୍ରାମରେ ଗଭିର ନଳକୁପ ଖନନ କରାଯାଇଛି ହେଲେ ମୋଟର ଖଂଜାଯାଇ ନାହିଁ ତତ୍ ସହିତ ବିଦ୍ୟୁତ୍ ସଂଯୋଗ ବି ହୋଇପାରି ନାହିଁ ।ଯାହାଫଳରେ ଗ୍ରାମବାସି ମାନେ ସବୁଥାଇ ମଧ୍ୟ୍ୟ , ନଥିବାହେତୁ ଭଳି ସାମାନ୍ୟ ପିଇବାପାଣି ପାଇଁଁ ବହୁ କଷ୍ଟ ଅନୁଭବ କରୁଛନ୍ତି।

ଏନେଇ ବିଭାଗିୟ ଅଧିକାରିଙ୍କୁ ଜଣାଇଥିଲେମଧ୍ୟ୍ୟ କୌଣସି ସୁଫଳ ହେଉନଥିବା ନେଇ ଗ୍ରାମବାସି ଅଭିଯୋଗ କରିଛନ୍ତି। ଏହି ଜଳ ସମସ୍ୟା ପାଇଁଁ ପାହାଡ,ପର୍ବତ ଆଖପାଖ ଦେଇ ଯାଇଥିବା ନାଳ ରୁ ଦୁଷିତ ପାଣିକୁ ପିଇବା କୁ ବାଧ୍ୟ ହେଉଛନ୍ତି । ନଚେତ୍ ଗ୍ରାମରେ ଥିବା ଏକ ଖୋଲା କୁଅଁରୁ ପାଣି ବ୍ୟବହାର କରୁଛନ୍ତି। ଏବେ ଗ୍ରୀଷ୍ମରୁତୁ ପାଇଁଁ ଗ୍ରାମବାସିମାନେ ପାଣି ବୁନ୍ଦାଏ ପାଇଁଁ ଆହୁରୀ ଡହକବିକଳ ହେଉଛନ୍ତି । ଏବାବଦରେ ହରଭଙ୍ଗାବ୍ଲକ ବିଡିଓ ନିଳକଣ୍ଠ ବେହେରାଙ୍କୁ ପଚାରିବାରୁ ଆମ ପାଖକୁ ସେମିତି କୌଣସୀ ଅଭିଯୋଗ ଆସିନି ,କିନ୍ତୁ ଏହାର ତଦନ୍ତକରି ପଦକ୍ଷେପ ଗ୍ରହଣ କରିବି ବୋଲି କହିଥିଲେ ।

Comments (0)
Add Comment