ବିଜୁ ଯୁବ ଜନତା ଦଳ ପକ୍ଷରୁ ଜୀବନ ବିନ୍ଦୁ ରକ୍ତଦାନ ଶିବିର

ଭୁବନେଶ୍ୱର:ଆଜି ଓଡ଼ିଶା ମୋ ପରିବାର ଆନୁକୂଲ୍ୟରେ ବିଜୁ ଯୁବ ଜନତା ଦଳ ପକ୍ଷରୁ ଭୁବନେଶ୍ୱର ବିଜେଡି ପାର୍ଟି ଅଫିସ ପରିସରରେ ଜୀବନ ବିନ୍ଦୁ ରକ୍ତଦାନ ଶିବିର ଆୟୋଜନ କରାଯାଇଛି। ଏହି ରକ୍ତଦାନ ଶିବିରକୁ ଯୁବ ଜନତା ଦଳ ଭୁବନେଶ୍ୱର ଜୋନ ସଭାପତି ବିଜୟ କେତନ ସାହୁ ଓ ରାଜ୍ୟ କାର୍ଯ୍ୟକାରୀ ସଭାପତି ଶୁଭେନ୍ଦୁ ମଙ୍ଗରାଜ ଆୟୋଜନ କରିଥିଲେ। ଏହି ଶିବିରରେ ଓଡ଼ିଶା ମୋ ପରିବାର ସଂଯୋଜକ ଶ୍ରୀ ଅରୂପ ପଟ୍ଟନାୟକ, ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ଦେବୀ ମିଶ୍ର , ଯୁବ ବିଜେଡି ରାଜ୍ୟ ସଭାପତି ଡ଼ଃ ବ୍ୟୋମକେଶ ରାୟ, ଯୁବ ବିଜେଡି ଦାୟିତ୍ଵରେ ଥିବା ଦଳର ସାଧାରଣ ସମ୍ପାଦକ ତଥା ବିଧାୟକ ପ୍ରଣବ ପ୍ରକାଶ ବଳବନ୍ତରାୟ, ଓଡ଼ିଶା ମୋ ପରିବାରର ଦୁର୍ଗା ସାମନ୍ତରାୟ, ରୁଦ୍ର ସାମନ୍ତରାୟ, ଉତ୍ତର ସଂଯୋଜକ ଡ଼ଃ ପ୍ରକାଶ ତ୍ରିପାଠୀ, ଯୁବ ବିଜେଡି ସାଧାରଣ ସମ୍ପାଦକ ବାଣୀ କଲ୍ୟାଣ, ଅମିତ୍ ମହାରଣା, ତାରିଣୀ ପ୍ରସାଦ ନାୟକ, ରଶ୍ମି ରଂଜନ ଦାସ ,ଲୋକେଶ କୁମାର, ଚିତ ରଞ୍ଜନ ଦାସ, ସୌମ୍ୟ ରଞ୍ଜନ ପ୍ରଧାନ ଯୁବ ନେତା ଦୀପକ କୁମାର ଦାସ ପ୍ରମୁଖ ଯୋଗଦାନ କରି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ।ଶେଷରେ ୧୨୧ ୟୁନିଟ୍ ରକ୍ତ ସଂଗୃହୀତ ହୋଇଛି ବୋଲି ଜୋନ୍ ସଭାପତି ବିଜୟ କେତନ ସାହୁ ଜଣାଇଛନ୍ତି।

Comments (0)
Add Comment