ପୁଣି ବଢିଲା ତେଲଦର

ଭୁବନେଶ୍ବର : ରବିବାର ଦିନ ଦେଶରେ ପୁଣି ତେଲଦର ବୃଦ୍ଧି ପାଇଛି । ପେଟ୍ରୋଲ ଲିଟର ପିଛା ୨୯ ପଇସା ଓ ଡିଜେଲ ଲିଟର ପିଛା ୩୦ ପଇସା ବୃଦ୍ଧି ପାଇଛି । ଓଡ଼ିଶାର ମାଲକାନଗିରି, ରାୟଗଡ଼ା, କୋରାପୁଟ, ଗଜପତି ଓ କଳାହାଣ୍ଡିରେ ପେଟ୍ରୋଲ ୧୦୦ ଟଙ୍କା ଟପିଯାଇଛି ।

ଏହି ବୃଦ୍ଧି ପରେ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ଟ୯୭.୨୨ ଓ ଡିଜେଲ ଲିଟର ପିଛା ୮୭.୯୭ରେ ବିକ୍ରି ହେଉଛି । ସେହିପରି ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ଟ.୧୦୩.୩୬ ଓ ଡିଜେଲ ଲିଟର ପିଛା ୯୫.୪୪ରେ ବିକ୍ରି ହେଉଛି ।
ଅନ୍ୟପକ୍ଷରେ ଭୁବନେଶ୍ବରରେ ପେଟ୍ରୋଲ ଲିଟର ପିଛା ରେକର୍ଡ ସ୍ତର ଟ.୯୭.୯୮ ରେ ପହଞ୍ଚିଯାଇଛି । ସେହିପରି ଡିଜେଲ ଦର ୯୫.୮୭ ପହଞ୍ଚିଛି । ତେବେ ଭାଟ ଅନୁସାରେ ରାଜ୍ୟର ଅନ୍ୟ ଜିଲ୍ଲାରେ ଦରରେ ତାରତମ୍ୟ ପରିଲକ୍ଷିତ ହେଉଛି । ସମ୍ବଲପୁରରେ ପେଟ୍ରୋଲ ଟ.୯୮.୫୯ ଓ ଡିଜେଲ ଟ.୯୬.୪୭ରେ ବିକ୍ରି ହେଉଛି । ମାଲକାନଗିରିରେ ପେଟ୍ରୋଲ ଟ.୧୦୩.୦୫ ଓ ଡିଜେଲ ୧୦୦.୭୮ରେ ବିକ୍ରି ହେଉଛି ।

Comments (0)
Add Comment