ବିଜେପି ଘେରିଲା ଥାନା


ବଲାଙ୍ଗୀର,୨୨/୧- ସମ୍ବଲପୁର ଥାନାରେ ଅଟକ ଥିବା ସମସ୍ତ ବିଜେପି ନେତୃବୃନ୍ଦଙ୍କୁ ଛାଡ, ମଣ୍ଡିମାନଙ୍କରେ ଥିବା ଧାନ ତୁରନ୍ତ କିଣିବା, କଟନି ଛଟନୀ ବନ୍ଦ, ଟୋକନ ଅବଧି ସମୟରେ ବିକି ପାରି ନ ଥିବା ଚାଷୀଙ୍କ ଟୋକନ ସମୟ ବୃଦ୍ଧି ଇତ୍ୟାଦି ଦାବୀ ନେଇ ଲୋଇସିଂହା ବିଜେପି ତରଫରୁ ଲୋଇସିଂହା ଥାନା ଘେରାଉ କରିଛନ୍ତି। ଶତାଧିକ କର୍ମୀ ଥାନା ଆଗରେ ବସି ନାରାବାଜି କରି ଉପରୋକ୍ତ ଦାବୀ କରି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ଦେଇଛନ୍ତି । ମଣ୍ଡି ପରିଚାଳନାରେ ବିଫଳ ସରକାରଙ୍କ ଦମନ ନୀତିର ତୀବ୍ର ସମାଲୋଚନା କରିଥିଲେ। ଏଠାରେ ସୂଚାଇ ଦିଆଯାଏ ଯେ, ଧାନର ଅଭାବୀ ବିକ୍ରୀ ଓ ମଣ୍ଡି ପରିଚାଳନାରେ ବାରମ୍ବାର ବିଫଳ ସରକାରଙ୍କ ଦୃଷ୍ଟି ଆକର୍ଷଣ ପାଇଁ ଗତକାଲି ପଶ୍ଚିମାଞ୍ଚଳ ର ସମସ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀର ହଜାର ହଜାର ଚାଷୀ ଆରଡିସିଙ୍କ କାର୍ଯ୍ୟାଳୟ ଆଗରେ ବିଖ୍ୟୋଭ ପ୍ରଦର୍ଶନ କରିଥିଲେ ।

Comments (0)
Add Comment