କଲେକ୍ଟର ହେବ ତ ଏମିତି

ଚେନ୍ନାଇ – ତାମିଲନାଡୁ ରାଜ୍ୟ କନ୍ନୁର ଜିଲ୍ଲାର କଲେକ୍ଟର ତାଙ୍କ ଦରଦୀ ପଣିଆଁ ପାଇଁ ଖାଲି କନ୍ନୁର ଜିଲ୍ଲାରେ କି ତାମିଲନାଡୁରେ ନୁହେଁ ସାରା ଭାରତରେ ଚର୍ଚ୍ଚାକୁ ଆସିଛନ୍ତି l ସମସ୍ତଙ୍କ ମୁହଁରେ ଗୋଟିଏ କଥା ଶୁଣାଯାଉଛି କଲେକ୍ଟର ହେବ ତ ଏମିତି l କନ୍ନୁର ଜିଲ୍ଲାର ଆଈଏଏସ କଲେକ୍ଟର ଟି. ଅମ୍ବାଗେନ୍ ଶୁଣିବାକୁ ପାଇଲେ ଚିନ୍ନାମାଲାନିକିକେନ୍ ବସ୍ତିରେ କିଛି ଦିନ ହେଲା ଜଣେ 80 ବର୍ଷୀୟା ରୋଗିଣା ବୃଦ୍ଧା କିଛି ନ ଖାଇ ନ ପିଇ ଝୋପଡି ଭିତରେ ପଡି ରହିଛନ୍ତି l କଲେକ୍ଟର ନିଜ ପତ୍ନୀଙ୍କ ହାତରେ ରୋଷେଇ କରାଇ ଖାଦ୍ୟ ସାମଗ୍ରୀ ଗୋଟିଏ ଟିଫିନ କ୍ୟାରିଅର ରେ ଧରି ସିଧା ପହଞ୍ଚିଲେ ବୁଢୀ ମା ପାଖରେ l ସlହି ପଡ଼ିଶା ଆଡ଼ ଆଖିରେ ମଧ୍ୟ ତାଙ୍କୁ ଚାହୁଁ ନଥିଲେ କିନ୍ତୁ ଜିଲ୍ଲା କଲେକ୍ଟରଙ୍କ ପାଦ ବୁଢୀର ଘରେ ପଡିବା କଥାକୁ ବୁଢୀ ବିଶ୍ବାସ କରିପାରୁ ନଥିଲା | କଲେକ୍ଟର କହିଲେ ଆସ ମା ଆମେ ମିଶି ଖାଇବା l ବୁଢୀ କହିଲେ ମୋ ପାଖରେ ଖାଇବାକୁ କୌଣସି ବାସନ ନାହିଁ ମୁ କଦଳୀ ପତ୍ରରେ ଖାଏ l କଲେକ୍ଟର କହିଲେ ବହୁତ୍ ଭଲ ସେଥିରେ ଖାଇବା l ବୁଢୀ ମା ସହ ମିଶି ଉଭୟ ଖାଇଲେ ଓ ବୁଢୀ ମା ପାଇଁ ବାର୍ଦ୍ଧକ୍ୟ ଭତାର କାଗଜ ପତ୍ର ମଧ୍ୟ ସେଠାରେ କରିଦେଲେ l ଜିଲ୍ଲାପାଳଙ୍କ ଏଭଳି କାର୍ଯ୍ୟ ପାଇଁ ଲୋକେ ତାଙ୍କୁ ବାହାବା ଦେଉଛନ୍ତି ଆଉ ତାଙ୍କ ନିକଟକୁ ଛୁଟୁଛି ପ୍ରଶଂସାର ସୁଅ l

Comments (0)
Add Comment