ବୌଦ୍ଧ : ଜିଲ୍ଲାପାଳ କରିବେ ପତାକା ଉତ୍ତୋଳନ

ବୌଦ୍ଧ ,୧୩/୮- ବୌଦ୍ଧ ଜିଲ୍ଲାସ୍ତରୀୟ 74 ତମ ସ୍ବାଧୀନତା ଦିବସ ବୌଦ୍ଧ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଜାତୀୟ ପତାକା ଉତ୍ତୋଳନ କରିବେ | କୋଭିଡ କଟକଣା ଯୋଗୁଁ ସ୍ୱଳ୍ପ ସଂଖ୍ୟକ ସରକାରୀ କର୍ମଚାରୀ, ଅତିଥି ଓ କରୋନା ଯୋଦ୍ଧା ମାନଙ୍କୁ ନେଇ କଚେରୀ ପଡିଆ ଠାରେ ସକାଳ ଘ. 9. 15 ମିନିଟ ସମୟରେ ଜାତୀୟ ପତାକା ଉତ୍ତୋଳନ କରି ଉଦବୋଧନ ଦେବେ ଓ କରୋନା ଯୋଦ୍ଧା ମାନଙ୍କୁ ସମ୍ମାନିତ କରିବେ | ତାହା ପୁର୍ବରୁ ସହରରେ ଥିବା ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତୀରେ ଜିଲ୍ଲାପାଳ ମାଲ୍ୟାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି | ପରେ କୋଭିଡ ହସପିଟାଲରେ ଚିକିତ୍ସାଧୀନ ଥିବା ରୋଗୀ ମାନଙ୍କୁ ଫଳ ବଣ୍ଟନ କରାଯିବ ବୋଲି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିରଞ୍ଚି ଧରୁଆ ସୁଚନା ଦେଇଛନ୍ତି l
ସେହିପରି ଜିଲ୍ଲାର ସମସ୍ତ ବ୍ଲକ୍ ଓ ଗ୍ରାମ ପଂଚାୟତସ୍ତରୀୟ ସରକାରୀ ଓ ବେସରକାରୀ ଅନୁଷ୍ଠାନ ମାନେ 10 ଜଣ ଲୋକଙ୍କ ମଧ୍ୟରେ ସ୍ବାଧୀନତା ଦିବସ ପାଳନ କରିପାରିବେ | 60 ବର୍ଷ ବୟସରୁ ଉର୍ଦ୍ଧ୍ବ ବ୍ୟକ୍ତି ଓ ଶିଶୁଙ୍କୁ ଉତ୍ସବକୁ ବାରଣ କରାଯାଇଛି | କୌଣସି ସାମାଜିକ, ସାଂସ୍କୃତିକ, ଆନୁଷ୍ଠାନିକ ଓ ସର୍ବସାଧାରଣ ସଭା ସମିତି ଓ ସମାବେଶ କରାଯାଇ ପାରିବ ନାହିଁ ବୋଲି ଏକ ପ୍ରେସ୍ ବିବୃତି ମାଧ୍ୟମରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିରଞ୍ଚି ଧରୁଆ ସୂଚନା ଦେଇଛନ୍ତି l

Comments (0)
Add Comment