ବୈାଦ୍ଧ : ଜିଲ୍ଲାରେ ବସୁଥିବା ସମସ୍ତ ସାପ୍ତାହିକ ହାଟ ମାନଙ୍କରେ ଲୋକେ ସାମାଜିକ ଦୂରତାକୁ ମାନୁନଥିବା ଓ ମାସ୍କ ବ୍ୟବହାର କରୁନଥିବା ସବୁବେଳେ ଅଭିଯୋଗ ହୋଇଆସୁଛି । ବିଭିନ୍ନ ଗଣମାଧ୍ୟମରେ ମଧ୍ୟ ଏ ସଂପର୍କୀତ ଖବରମାନ ପ୍ରକାଶିତ ହୋଇ ଆସୁଛନ୍ତି ।
ଆଜି ବୁଧବାର ଦିନ ହରଭଙ୍ଗା ବ୍ଲକ ଛତ୍ରଙ୍ଗଠାରେ ସକାଳୁ ସାପ୍ତାହିକ ହାଟ ବସିଥିଲା । ହାଟ ଚାଲୁଥିବାବେଳେ ହରଭଙ୍ଗା ତହସିଲର ଅତିରିକ୍ତ ତହସିଲଦାର ହରିଓଁ ଭୋଇ ଓ ହରଭଙ୍ଗା ଥାନା ଅଧିକାରୀ ହାଟରେ ପହଞ୍ଚି ପରିସ୍ଥତିର ଅନୁଧ୍ୟାନ କରିଥିଲେ । ସମସ୍ତ ଚାଷୀ, ବ୍ୟବସାୟୀ ଓ ଖାଉଟି ମାନଙ୍କୁ ସାମାଜିକ ଦୂରତା ରକ୍ଷାକରିବା ପାଇଁ କହୁଥିବା ଦେଖାଯାଇଥିଲା । ଯେଉଁମାନେ ମୁହଁରେ ମାସ୍କ କିମ୍ବା ଅନ୍ୟ କିଛି ଘୋଡାଇ ନଥିଲେ ହାଟରେ ବୁଲିବୁଲି ସମସ୍ତଙ୍କୁ ମାସ୍କ ପିନ୍ଧି ଘରୁ ବାହାରକୁ ବାହାରିବା ପାଇଁ ଅତିରିକ୍ତ ତହସିଲଦାର ଓ ଥାନା ଅଧିକାରୀ ସଚେତନ କରୁଥିବା ଦେଖିବାକୁ ମିଳିଥିଲା ।