ବଲିଗୁଡା : ଜନବସତି ନିକଟରେ ସରକାରୀ ବିଦେଶୀ ମଦ ଦୋକାନକୁ ବିରୋଧ । ନୂତନ ମଦ ଦୋକାନକୁ ଅନ୍ୟତ୍ର ସ୍ଥାନାନ୍ତର ଦାବୀରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ବାରଖମା ଖ୍ରୀଷ୍ଟିଆନ ସାହି ନାରୀ ସଂଘ ଓ ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ ରାସ୍ତାରୋକ କରାଯାଇଛି । ଫଳରେ ବାଲିଗୁଡ଼ା-ଲଣ୍ଡାଗାଁ-ସୋନପୁର ମଧ୍ୟରେ ଯାତାୟାତ ଠପ୍ ହୋଇଯାଇଛି ।
ସୂଚନା ପ୍ରକାରେ ଜନବସତି ସ୍ଥାନରେ ନୂତନ ଭାବେ ହୋଇଥିବା ସରକାରୀ ବିଦେଶୀ ମଦ ଦୋକାନ ଖୋଲିବା ପରେ ସେହି ଅଞ୍ଚଳରେ ମଦ୍ୟପଙ୍କ ପ୍ରାଦୁର୍ଭାବ ବଢ଼ି ଚାଲିଛି । ସେହି ରାସ୍ତା ଦେଇ ଯାଉଥିବା ଝିଅ ବୋହୂଙ୍କୁ ମଦ୍ୟପମାନେ ଦୁର୍ବ୍ୟବହାର କରୁଥିବା ଅଭିଯୋଗ ହୋଇଛି । ଏନେଇ ଗ୍ରାମବାସୀମାନେ ପ୍ରଶାସନକୁ ଜଣାଇଥିଲେ ମଧ୍ୟ ଏଯାବତ୍ କୌଣଶି ସୁଫଳ ନମିଳିବାରୁ ଆଜି ରାସ୍ତାରୋକ କରିଛନ୍ତି ଅଞ୍ଚଳବାସୀ । ସେପଟେ ଘଟଣାସ୍ଥଳରେ ପୋଲିସ ପ୍ରଶାସନ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛନ୍ତି ।