ସୋନପୁର : ସୋନପୁରରେ ରଥଯାତ୍ରା ପାଳନ ପାଇଁ ସର୍କିଟ ହାଉସଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଉପ ଜିଲ୍ଲାପାଳ ନିହାର ରଂଜନ କହଁର ଅଧ୍ୟକ୍ଷତା କରିଥିଲେ । ବଡ ଜଗନ୍ନାଥ, ଦଧି ବାମନ ଓ ବୃଦବନ ବିହାରୀ ମହାପ୍ରଭୁଙ୍କର ସମସ୍ତ ନୀତିକାନ୍ତି କୋଡ଼ିଡ୍ ମାର୍ଗଦର୍ଶିକା ଅନୁସାରେ ପାଳନ କରିବା ସହ ସୀମିତ ସେବାୟତକୁ ନେଇ ଚଳିତ ବର୍ଷ ମନ୍ଦିର ପରିସରରେ ମହାପ୍ରଭୁଙ୍କ ନୀତି ସଂପାଦିତ ହେବ । ଏଥିରେ ସମସ୍ତ ସେବାୟତ ସହଯୋଗ କରିବାକ ଅନୁରୋଧ କରାଯାଇଥିଲା । ଯାତ୍ରା ସମୟରେ ଓ ପୂର୍ବରୁ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବାକୁ ଅନୁରୋଧ କରାଯାଇଛି । ବୈଠକରେ ଦେବୋତ୍ତର କମିଟିର କର୍ମକର୍ତ୍ତା ସହ ପୂଜକ, ନିୟୋଗ ସେବାୟତ ପ୍ରମୁଖ ଆଲୋଚନା ରେ ଭାଗ ନେଇଥିଲେ ।