ବୌଦ୍ଧ ବ୍ଲକ ଶିକ୍ଷା ସମୀକ୍ଷା ବୈଠକ

ବୌଦ୍ଧ : ବୌଦ୍ଧ ବ୍ଲକ ଶିକ୍ଷାବିଭାଗର ଅକ୍ଟୋବର ମାସର ଦ୍ୱିତୀୟ ଶିକ୍ଷା ସମୀକ୍ଷା ବୈଠକ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଧ୍ରୁବ ଚରଣ ଘିବେଲାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଜିଲ୍ଲା ଶିକ୍ଷା ଅଧିକାରୀ ଡ. ଉଦୟନାଥ ମାଝୀ ଉକ୍ତ ବୈଠକରେ ଉପସ୍ଥିତ ରହି ସ୍କୁଲ ପରିବେଶ ପରିଷ୍କାର ପରିଚ୍ଛନ୍ନ ରଖିବା, ସମସ୍ତ ସ୍କୁଲରେ ବିଦ୍ୟାଳୟ ପରିଚାଳନା କମିଟି ଗଠନ କରିବା, ବିଦ୍ୟାଳୟରେ ଶିକ୍ଷକ ଉପସ୍ଥାନ, ଅଷ୍ଟମ ଶ୍ରେଣୀ ପିଲାଙ୍କ ଉପସ୍ଥାନ, ମାର୍ଚ୍ଚ ୨୦୨୨ସୁଦ୍ଧା ସମସ୍ତ ବିଦ୍ୟାଳୟ ଜାଗା ନିଜନିଜର ନାମରେ କରିବା, ପାଠ୍ୟପୁସ୍ତକ ପିଲାମାନଙ୍କ ପାଖରେ ପହଂଚିବା, ଏନ୍‌ଏଏସ୍‌ ପରୀକ୍ଷାରେ ଭଲ ପ୍ରଦର୍ଶନ କରିବା ଓ ୟୁସି ସଂଗ୍ରହ କରିବା ଆଦି ବିଷୟରେ ଆଲୋଚନା କରିଥିଲେ । ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଘିବେଲା ବିଦ୍ୟାଳୟ ପରିଷ୍କାର ପରିଚ୍ଛନ୍ନ ରଖିବା ସହିତ ରଙ୍ଗ ଲଗାଇବା ଓ ଫୁଲଗଛ ଲଗାଇବାକୁ ସୂଚନା ଦେଇଥିଲେ । ସହଗୋଷ୍ଠୀ ଶିକ୍ଷା ଅଧିକାରୀ କମଳକାନ୍ତ ଦଳବେହେରା ବିଭାଗୀୟ ବିଷୟରେ ଆଲୋଚନା କରିଥିଲେ । ସିଆରସିସି ରାଜକୁମାର ପ୍ରଧାନ ମୋ ସ୍କୁଲ ଅଭିଯାନ ପ୍ରୋପଜାଲ ଓ ୟୁସି ଦେବା ଉପରେ ଆଲୋଚନା କରିଥିଲେ । ନିରଞ୍ଜନ ମେହର ଧନ୍ୟବାଦ ଦେଇଥିଲେ । ବ୍ଲକର ସମସ୍ତ ଅଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ଉପସ୍ଥିତ ଥିଲେ ।

Comments (0)
Add Comment