ପାରଳାଖେମୁଣ୍ଡି :ଗଜପତି ଜିଲ୍ଲା ସଦର ମହକୁମାପାରଳାଖେମୁଣ୍ଡିର ପୁରୁଣା ବସ ଷ୍ଟାଣ୍ଡ ଠାରେ ସକାଳୁ ସକାଳୁ ଶ୍ରମିକମାନେ କାମ ଅନ୍ୱେଷଣରେ ଛିଡ଼ା ହୋଇ ଥିବାର ଦେଖିବାକୁ ମିଳିଛି ।କିଛି ଦିନ ଘରେ ରହିଲା ପରେ ପୁଣି ନିଜର ଜୀବନ ଜୀବିକା ଅନ୍ୱେଷଣ ରେ ଶ୍ରମିକ ମାନେ ସହରାଭିମୁଖୀ ହେଉଛନ୍ତି ସହରର ପୁରୁଣା ବସ ଷ୍ଟାଣ୍ଡ ଠାରେ କାମ ଅନ୍ୱେଷଣରେ ଆସିଥିବା ଶ୍ରମିକ ମାନଙ୍କୁ ରାଜମିସ୍ତ୍ରୀ ଓ ଠିକାଦାର ମାନେ ବିଭିନ୍ନ ସ୍ଥାନରେ ନିର୍ମାଣ ହେଉଥିବା ରାସ୍ତା କାମ ଓ କୋଠାବାଡ଼ି କାର୍ଯ୍ୟରେ ନିୟୋଜିତ କରିଥାନ୍ତି । ଆଉକିଛି ଘରମାଲିକ ନୂତନ ଭାବେ ଘର ନିର୍ମାଣ ଚାଲୁଥିବା କାମରେ ନିୟୋଜନ କରିବା ସକାଶେ ନେଇଥାନ୍ତି ।ଯଦି କାମ ନ ମିଳେ ଶ୍ରମିକ ମାନଙ୍କୁ ନିରାଶ ହୋଇ ଘରକୁ ଫେରିବାକୁ ପଡିଥାଏ ।ସୂଚନା ଥାଉକି ଗ୍ରାମାଂଚଳ ଗୁଡିକରେ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଓ ସହରାଂଚଳରେ ସହରୀ ବିକାଶ ଯୋଜନା ରହିଛି । କିନ୍ତୁ ଶ୍ରମିକ ମାନେ କାମ ଅନ୍ୱେଷଣରେ ନିଜର ଜୀବନ ଜୀବିକା ସକାଶେ ସହରାଭିମୁଖୀ ହେଉଥିବାର ଦେଖିବାକୁ ମିଳୁଛି ।