ରେକର୍ଡ : ରାଜ୍ୟରେ ଦିନକରେ ୨୨୫ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଆଜି ଗୋଟିଏ ଦିନରେ ୨୨୫ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟ ସରକାରଙ୍କ ଚିନ୍ତା ବଢିଛି । ଶନିବାର ଦିନ ଚିହ୍ନଟ ହୋଇଥିବା ଆକ୍ରାନ୍ତ ମଧ୍ୟରୁ କଟକ ଜିଲ୍ଲାରୁ ସର୍ବାଧିକ ୯୨ ଜଣ ଥିବା ବେଳେ ଗଞ୍ଜାମ ଜିଲ୍ଲାରୁ ୨୦, ଖୋର୍ଦ୍ଧା ଜିଲ୍ଲାରୁ ୧୯, ବାଲେଶ୍ୱର ଜିଲ୍ଲାରୁ ୨, କେନ୍ଦ୍ରାପଡା ଜିଲ୍ଲାରୁ ୪, ଭଦ୍ରକ ଜିଲ୍ଲାରୁ ୫, ପୁରୀ ଜିଲ୍ଲାରୁ ୧୫, ଜଗତସିଂହପୁର ଜିଲ୍ଲାରୁ ୧୩, ବଲାଙ୍ଗୀର ଜିଲ୍ଲାରୁ ୧୨, ସୁନ୍ଦରଗଡ ଜିଲ୍ଲାରୁ ଜଣେ, ନୟାଗଡ ଜିଲ୍ଲାରୁ ୭, ମୟୁରଭଞ୍ଜ ଜିଲ୍ଲାରୁ ୯, କନ୍ଧମାଳ ଜିଲ୍ଲାରୁ ୧୫, ଢେଙ୍କାନାଳ ଜିଲ୍ଲାରୁ ୭, କଳାହାଣ୍ଡି ଜିଲ୍ଲାରୁ ୩ ଓ ଅନୁଗୁଳ ଜିଲ୍ଲାରୁ ଜଣେ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୯୬ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ହୋଇଥିବା ବେଳେ ୨୯ଜଣ ସ୍ଥାନୀୟ ବାସିନ୍ଦା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଜିର ଚିହ୍ନଟ ଆକ୍ରାନ୍ତଙ୍କୁ ମିଶାଇ ମୋଟ ପଜିଟିଭ ସଂଖ୍ୟା ୩୭୨୩ରେ ପହଞ୍ଚିଛି । ଏମାନଙ୍କ ମଧ୍ୟରୁ ୧୨୩୬ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ୨୪୭୪ଜଣ ସୁସ୍ଥ ହୋଇ ମେଡିକାଲରୁ ଡିସଚାର୍ଜ ହୋଇଛନ୍ତି । ସେହିପରି ୧୦ଜଣ ଲୋକ ଏହି ରୋଗରେ ପ୍ରାଣ ହରାଇଥିବା ବେଳେ ୩ଜଣ ଅନ୍ୟ ରୋଗରେ ମୃତ୍ୟୁବରଣ କରିଛନ୍ତି ।

Comments (0)
Add Comment