ଚଳିତ ବର୍ଷ କରୋନା ମହାମାରୀ ଯୋଗୁଁ ସହରର ମୂର୍ତ୍ତିକାରିଗରଙ୍କ ଜୀବନଜୀବିକା କଷ୍ଟକର ହୋଇ ପଡିଛି।କରୋନା କଟକଣା ଯୋଗୁଁ ମୂର୍ତ୍ତି କାରିଗରଙ୍କ ବିକ୍ରି ବଟା କଷ୍ଟକର ହୋଇ ପଡିଛି। ବର୍ଷ ସାରା ବିଭିନ୍ନ ପର୍ବ ପର୍ବାଣୀରେ ମାଟି ମୂର୍ତ୍ତି ତିଆରି କରି ନିଜର ଜୀବିକା ନିର୍ବାହ କରି ଆସୁଛନ୍ତି।କରୋନା ଯୋଗୁଁ ମୂର୍ତ୍ତି ତିଆରି କଲେ ମଧ୍ୟ ବିକ୍ରି ବଟା କରିବା କଷ୍ଟସାଧ୍ୟ ହୋଇ ପଡୁଛି।
ଚଳିତ ବର୍ଷ ଗଣେଶ ପୂଜା ବଡ଼ ମୂର୍ତ୍ତି ଅପେକ୍ଷା ଛୋଟ ମୂର୍ତ୍ତିକୁ ଲୋକଙ୍କ ର ଆଗ୍ରହ ପ୍ରକାଶ ପାଉଛି।ତତ୍ ସହିତ ବଜାରରେପ୍ଲାଷ୍ଟର ପ୍ୟାରିସ ମୂର୍ତ୍ତି କମ ଦାମରେ ସୁନ୍ଦର,ନିଖୁଣ ଓ ହାଲୁକା ଥିବାରୁ ଲୋକେ ସେହି ମୂର୍ତ୍ତି କିଣିବା ସକାଶେ ଆଗ୍ରହ ପ୍ରକାଶ ପାଉଥିବାର ଦେଖିବାକୁ ମିଳିଛିତେବେ ମାଟି ନିର୍ମିତ ଗଣେଶ ମୂର୍ତ୍ତି କିଣିବା ସକାଶେ କଷ୍ଟ କର ହୋଇ ପଡ଼ିଛି। ଏହି ମୂର୍ତ୍ତି କାରିଗରଙ୍କ ପ୍ରତିସରକାରୀ ସହାୟତା ଦିଆ ଗଲେ ସେମାନଙ୍କର ଜୀବନ ଜୀବିକା ସହିତ ସେମାନଙ୍କର ସମାଜିକ ଓ ଅର୍ଥନୈତିକ ବୃଦ୍ଧିପାଇ ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇ ପାରିବେ।ଏଥିପ୍ରତି ଜିଲ୍ଲା ପ୍ରଶାସନ ହେଉ ବା ରାଜ୍ୟ ସରକାରଙ୍କ ଶୁଭଦୃଷ୍ଟି ପଡିଲେ ମୂର୍ତ୍ତି କାରିଗର ଉପକୃତ ହୋଇପାରି ଥାନ୍ତେ।