ଉମରକୋଟ : ବାଘ ଆକ୍ରମଣରେ ଜଣେ ୬ବର୍ଷର ବାଳକର ମୃତ୍ୟୁ ଘଟିଛି । ଏପରି ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ବ୍ଲକ୍ ରାଇଘର ତୁରୁଡିହି ଗାଁର । ମୃତ ବାଳକର ନାଁ ଅମିତ୍ ମର୍କାମ ହୋଇଥିବା ବେଳେ ତାଙ୍କ ବୟସ ସାଢ଼େ ୬ ବର୍ଷ ହୋଇଥିବା ଜଣାପଡ଼ୁଛି । ନିଜ ଜୀବନ ସହ ବହୁ ସଂଗ୍ରାମ କରିବା ପରେ ମଧ୍ୟ ହାର ମାନିଗଲା ବାଳକ ଟି ଆଉ ଜିତିଗଲା ଘାଇଲା ଚିତା ବାଘ । ସୁଚନା ଅନୁସାରେ ଅମିତ ତାଙ୍କ ପରିବାର ସହ ଛତିଶଗଡର ସିହାଓ୍ୱା ସ୍ଥିତ ଏକ ମନ୍ଦିରକୁ ସୃଙ୍ଗି ଋଷିଙ୍କ ଦର୍ଶନ ପାଇଁ ଯିବା ସମୟରେ ଏପରି ଅଘଟଣ ଘଟିଛି । ସେଠାରେ ଥିବା ଏକ ବଡ଼ ହନୁମାନ ମୂର୍ତ୍ତି ପାଖକୁ ଯିବା ସମୟରେ ଅମିତ ପାଖକୁ ଡ଼େଇଁ ପଡ଼ିଥିଲା ଚିତା ବାଘ । ଅମିତ ସହ ଆଉ ଗୋଟିଏ ପିଲା ଥିବା ବେଳେ ସେ ତା ଜିବନକୁ ବଚାଂଇବା ପାଇଁ ସେଠାରୁ ଖସି ଆସିଛି । ବାଘ ଅମିତ କୁ ଟାଣି ନେଇ ପାହାଡ଼କୁ ଚାଲି ଯାଇଥିଲା । ଖବର ପାଇ ଜଙ୍ଗଲ ବିଭାଗ ଅଧିକାରୀ ଏବଂ ସିହାଓ୍ୱା ପୋଲିସ ଲୋକଙ୍କ ସହାୟତାରେ ଜଙ୍ଗଲ ଭିତରକୁ ଯାଇଥିଲେ ରକ୍ତ ଚିହ୍ନ କୁ ଦେଖି ଦେଖି ବହୁ ବାଟ ଯିବାକୁ ପରେ ଗୁରୁତର ଅବସ୍ଥାରେ ଅମିତକୁ ଉଦ୍ଧାର କରି ସିହାଓ୍ୱା ଡାକ୍ତରଖାନାରେ ନେଇଥିଲେ । କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।