ନେମାଳ ସାମ୍ବାଦିକ ସଙ୍ଘର ଏକ ବନ୍ଧୁ ମିଳନ ଉତ୍ସବ

ନିଶ୍ଚିନ୍ତକୋଇଲି : ନିଶ୍ଚିନ୍ତକୋଇଲି ବ୍ଲକ ନେମାଳ ମାଳିଗାଁସ୍ଥିତ ମହିମା ଗାଦି ପରିସରରେ ନେମାଳ ସାମ୍ବାଦିକ ସଙ୍ଘର ଏକ ବନ୍ଧୁ ମିଳନ ଉତ୍ସବ ରବିବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ଅଭୟ କୁମାର ଜେନାଙ୍କ ସଭାପତିତ୍ୱରେ ବହୁ ବରିଷ୍ଠ ସାମ୍ବାଦିକମାନେ ଯୋଗଦେଇ ସମ୍ପ୍ରତି ସାମ୍ବାଦକମାନଙ୍କ ବିଭିନ୍ନ ସମସ୍ୟା ଓ ତାହାର ପ୍ରତିକାର ପାଇଁ ନିଜର ମତବ୍ୟକ୍ତ କରିଥିଲେ। ଏହି ବୈଠକରେ ବରିଷ୍ଠ ସାମ୍ବାଦିକ ରତ୍ନାକର ବାରିକ, ବିନୟ କୁମାର ଦାସ, ଗୋବିନ୍ଦ ଦାସ, ସଙ୍ଘ ସଭାପତି କ୍ଷମାନିଧି ପୂଝାରୀ ପ୍ରମୁଖ ଯୋଗଦେଇ କର୍ତ୍ତବ୍ୟରତ ସାମ୍ବାଦିକମାନଙ୍କୁ ରାଜ୍ୟ ସରକାର ଚିହ୍ନଟ କରିବା ସହିତ ସେମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ଓ ସମ୍ବାଦିକ ପେନ୍‌ସନ୍ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ଦାବି କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦିକ କିରଣ ଶଙ୍କର ନାୟକ, ମୀନକେତନ ଦାସ, ଇଜାଜ୍ ଖାନ୍‌, ଅକ୍ଷୟ କୁମାର ଦାସ, ସୁଜାତା ଗୋସ୍ୱାମୀ, ସଚିଦାନନ୍ଦ ମଲିକ ପ୍ରମୁଖ ଯୋଗଦେଇଥିବା ବେଳେ ନୂତନ ଭାବେ ବିଭୂତିଭୂଷଣ ଦ୍ୱିବେଦୀ ଓ ପ୍ରଶାନ୍ତ ସିଂ ନୂତନ ସଭ୍ୟଭାବେ ସଙ୍ଘରେ ସାମିଲ ହୋଇଥିଲେ । ଶେଷରେ ସାମ୍ବାଦିକ ଅମିତାବ୍ ମହାପାତ୍ର ଧନ୍ୟବାଦ ଅର୍ପଣ କରି ଉତ୍ସବକୁ ଶେଷ କରିଥିଲେ I

Comments (0)
Add Comment