ହାତୀ ଆକ୍ରମଣରେ ଯଣେବ୍ୟକ୍ତି ଗୁରୁତର

କେନ୍ଦୁଝର : ବନଖଣ୍ଡ ବାରାହାଗଡ ପଞ୍ଚାୟତ ହାତିଶୀଳା ଗ୍ରାମରେ ହାତୀ ଆକ୍ରମଣରେ କପିଳ ବେହେରା ନାମକ ବ୍ୟକ୍ତି ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ସେ ଗତକାଲି ରାତିରେ ଶୌଚ ହେବାପାଇଁ ଘର ପଛପଟକୁ ଯାଇଥିବା ବେଳେ ଘର ଠାରୁ କିଛି ଦୂରରେ ଥିବା ଜମିରେ ୩ଟି ହାତୀ ମଧ୍ୟରୁ ଗୋଟିଏ ହାତୀ ହଠାତ ଆକ୍ରମଣ କରି ଶୁଣ୍ଢରେ ଉଠାଇ କଚାଡି ଦେଇଥିଲା। କପିଳ ସେଠାରେ ଅଚେତ ଅବସ୍ଥାରେ ପଡି ରହିଥିବା ବେଳେ ହାତୀ ଗୁଡିକ ସେଠାରୁ ଚାଲି ଯାଇଥିଲେ। ସୂଚନା ପାଇ ଘର ଲୋକ ତାଙ୍କୁ ସେଠାରୁ ଉଦ୍ଧାର କରିଥିଲେ। ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସକୁ ଯୋଗାଯୋଗ କରିବା ପାଇଁ ଉଦ୍ୟମ କରାଯାଇଥିବା ବେଳେ ନେଟୱର୍କ ନଥିବାରୁ ଆମ୍ବୁଲାନ୍ସକୁ ଯୋଗାଯୋଗ କରାଯାଇ ପାରି ନଥିଲା। ଫଳରେ ଅଟୋ ସାହାଯ୍ୟରେ ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣି ଭର୍ତି କରାଯାଇ ଚିକିତ୍ସା କରାଯାଉଛି। ଅନ୍ୟ ପଟରେ ବନ ବିଭାଗ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିବା ସୂଚନା ମିଳିଛି । ତେବେ ହାତୀ ଥିବା ନେଇ ବନ କର୍ମଚାରୀ ଆଗରୁ କୌଣଷି ପ୍ରକାର ସୂଚନା ଦେଇ ନଥିବା କଥା କହିଛନ୍ତି ତାଙ୍କ ପୁଅ ହୃଦାନନ୍ଦ ବେହେରା।

Comments (0)
Add Comment