ବୌଦ୍ଧ : ପୃଥିବୀର ସବୁଠାରୁ ଉଚ୍ଚତମ ଶିବ ମନ୍ଦିର ଉତ୍ତରାଖଣ୍ଡର ତୁଙ୍ଗନାଥ ଠାରେ ସୂର୍ଯ୍ୟ ନମସ୍କାର ଓ ଯୋଗାଭ୍ୟାସ କରି ପୁଣି ଚର୍ଚ୍ଚାରେ ମନମୁଣ୍ଡା ନିକଟସ୍ଥ ନୂର୍ପା ଗ୍ରାମର ଯୁବକ ଦିବାକର । ସମୁଦ୍ର ପତ୍ତନଠାରୁ ୧୧୩୮୫ ଉଚ୍ଚତାରେ ଅବସ୍ଥିତ ଏ ମନ୍ଦିର ଶିଖର ଯାହାକି ବର୍ଷର ଅଧିକାଂଶ ସମୟ ବରଫର ଆଚ୍ଛାଦିତ ହୋଇ ରହିଥାଏ । ତେବେ କିଛି ଦିନ ତଳେ ବରଫ ସମ୍ପୂର୍ଣ୍ଣ ଆଚ୍ଛାଦିତ ମନ୍ଦିର ପ୍ରାଙ୍ଗଣରେ ମାଇନସ ୮ ଡିଗ୍ରୀରେ ଖାଲି ଦେହରେ ସୂର୍ଯ୍ୟ ନମସ୍କାର, ଯୋଗାଭ୍ୟାସ ଓ ପ୍ରାଣାୟମ କରିଛନ୍ତି ଦିବାକର ।
ପୂର୍ବରୁ ଭାରତର ଉଚ୍ଚତମ ହ୍ରଦ ସିକ୍କିମର ଗୁରୁ ଦୋଙ୍ଗମାର ହ୍ରଦ କୂଳରେ ସୂର୍ଯ୍ୟନମସ୍କାର କରି ସେ ଲୋକଲୋଚନକୁ ଆସିଥିଲେ । ଭାରତୀୟ ପରମ୍ପରାର ଅନନ୍ୟ ଅଙ୍ଗ ଯୋଗ ତଥା ପ୍ରାଣାୟାମର ପ୍ରଚାର ପ୍ରସାର ସହ ଫିଟ୍ ଇଣ୍ଡିଆକୁ ପ୍ରୋତ୍ସାହନ କରୁଥିବାରୁ ଅନେକ ମହଲରୁ ତାଙ୍କୁ ଶୁଭେଚ୍ଛା ମିଳିଛି । ପୃଥିବୀର ଉଚ୍ଚତମ ଶୃଙ୍ଗ ଏଭେରେଷ୍ଟ ଶିଖରରେ ସୂର୍ଯ୍ୟନମସ୍କାର ଓ ଯୋଗାଭ୍ୟାସ କରି ଭରତୀୟତାର ବାର୍ତ୍ତା ପହଞ୍ଚାଇବା ତାଙ୍କର ଲକ୍ଷ୍ୟ ବୋଲି ଦିବାକର କହିଛନ୍ତି ।