ଅଭୟଙ୍କୁ ମିଳିଲା ଏହି ନୂଆ ଦାୟିତ୍ୱ

ଭୁବନେଶ୍ୱର,୧୩/୪: ଓଡ଼ିଶାର ପୂର୍ବତନ ଡିଜିପି ଅଭୟଙ୍କୁ ମିଳିଛି ନୂଆ ନିଯୁକ୍ତି । ତାଙ୍କୁ ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ କମିଶନ ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି । ୫ ବର୍ଷ କିମ୍ବା ୬୨ ବର୍ଷ ବୟସ ହେଲା ପର୍ଯ୍ୟନ୍ତ ସେ ଏହି ଦାୟିତ୍ୱରେ ରହିବେ । ୨୦୨୧ ଡିସେମ୍ୱର ୩୧ ତାରିଖରେ ଡିଜିପି ଅଭୟ ଚାକିରିରୁ ଅବସର ଗ୍ରହଣ କରିଥିଲେ । ସୂଚନାଯୋଗ୍ୟ ଯେ ଅଭୟଙ୍କ ପରେ ରାଜ୍ୟର ନୂଆ ପୋଲିସ ଡିଜି ଦାୟିତ୍ୱରେ ରହିଛନ୍ତି ସୁନୀଲ ବଂସଲ । ଚାକିରୀରୁ ଅବସର ପରେ ଅଭୟଙ୍କୁ ଏସ୍‌ଟିଏଫ୍‌ (ନାର୍କୋଟିକ୍ସ) ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଥିଲା । ଏହା ସହିତ ତାଙ୍କୁ ମୁଖ୍ୟ ଶାସନ ସଚିବ ପାହ୍ୟା ମଧ୍ୟ ମିଳିଥିଲା । ଏବେ ପୁଣି ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତାଙ୍କୁ ଦେଇଛନ୍ତି ରାଜ୍ୟ ସରକାର ।

Comments (0)
Add Comment