ଅଭିଷେକଙ୍କ ପତ୍ନୀ ମୌସୁମୀଙ୍କ ମହାନତା,ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଫେରାଇ ଦେଲେ ବଳକା ୩୦ ଲକ୍ଷ

ଭୁବନେଶ୍ୱର: ମହାମାରୀ କରୋନାରେ ସ୍ୱାମୀକୁ ହରାଇଥିବା ମୌସୁମୀ ମହାନ୍ତି ଆଜି ମହାନତା ଦେଖାଇଛନ୍ତି । କରୋନାର ଦୀର୍ଘ ୪ ମାସର ଲଢେଇ ପରେ ମୌସୁମୀ ତାଙ୍କ ଇଂ. ସ୍ୱାମୀ ଅଭିଷେକ ମହାପାତ୍ରଙ୍କୁ ଗତବର୍ଷ ହରାଇଥିଲେ । ପାଠକଙ୍କ ମନେ ଥାଇପାରେ ବାହାଘରର ୮ ଦିନ ପରେ ଅଭିଷେକ କୋଭିଡ ପଜିଟିଭ ଚିହ୍ନଟ ହୋଇଥିଲେ । ଦୀର୍ଘ ୪ ମାସ ଧରି ସେ ଭଦ୍ରକଠାରୁ ଆରମ୍ଭ କରି ଭୁବନେଶ୍ୱର ପର୍ଯ୍ୟନ୍ତ ବଡବଡ ହସ୍ପିଟାଲରେ ଚିକିତ୍ସା ହୋଇଥିଲେ । ଯେତେବେଳେ ଡାକ୍ତର ଇକମୋ ଚିକିତ୍ସା ପାଇଁ ପରାମର୍ଶ ଦେଇଥିଲେ, ସେତେବେଳେ ତାଙ୍କ ପାଖରେ ଏହି ବ୍ୟୟବହୁଳ ଚିକିତ୍ସା ପାଇଁ ଟଙ୍କା ନଥିଲା । ତେଣୁ ସ୍ୱାମୀଙ୍କୁ ବଞ୍ଚାଇବା ପାଇଁ ସେ ଓଡିଶାବାସୀଙ୍କଠାରେ କୋହଭରା ନିବେଦନ କରିଥିଲେ । ଓଡିଶାବାସୀ ମୌସୁମୀଙ୍କର ଦୁଃଖରେ ସହଭାଗୀ ହୋଇ ତାଙ୍କୁ ଅଜସ୍ର ଅର୍ଥ ଦେଇଥିଲେ । ମାତ୍ର ବହୁ ଚେଷ୍ଟା ପରେ ମଧ୍ୟ ସେ ତାଙ୍କର ସୌମୀଙ୍କୁ ବଞ୍ଚାଇ ପାରିନଥିଲେ । ତେବେ ସେତେବେଳେ ମୌସୁମୀଙ୍କୁ ମିଳିଥିବା ଟଙ୍କାରୁ ପ୍ରାୟ ୪୦ଲକ୍ଷ ଟଙ୍କା ବଳକା ଥିଲା । ଆଜି ସେ ସେହି ବଳକା ଟଙ୍କାରୁ ୩୦ଲକ୍ଷ ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ଓ ୧୦ଲକ୍ଷ ଟଙ୍କା ଭଦ୍ରକ ଜିଲ୍ଲା ରେଡକ୍ରସକୁ ଦାନ କରିଦେଇଛନ୍ତି । ମୌସୁମୀଙ୍କର ଏହି ମହାନତାକୁ ନେଇ ଆଜି ରାଜ୍ୟବ୍ୟାପୀ ଚର୍ଚ୍ଚା ସୃଷ୍ଟି କରିଛି । ମୌସୁମୀ କହିଛନ୍ତି ସିନ୍ଦୂରକୁ ବଞ୍ଚାଇବା ପାଇଁ ମୁଁ ଏହି ଟଙ୍କା ଆଦାୟ କରିଥିଲେ । ଓଡିଶାବାସୀ ମୋର ଆକୁଳ ନିବେଦନରେ ସମଭାଗୀ ହୋଇ ମୋତେ ଟଙ୍କା ଦେଇଥିଲେ । ତେବେ ସ୍ୱାମୀ ମୋର ଚାଲିଯିବା ପରେ ଏହି ଟଙ୍କା ଆଉ ମୋର କ’ଣ ହେବ । ଓଡିଶାର ସାଢେ ଚାରିକୋଟି ଜନତାଙ୍କର ଏହି ସାହାଯ୍ୟ ଏବେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ଜରିଆରେ ଓଡିଶାବାସୀଙ୍କ ସେବାରେ ଲାଗୁ ।

Comments (0)
Add Comment