ପାଟଣା : ଅଧା ରହିଗଲା ମା’ ତାରିଣୀ ଦର୍ଶନ, ଚାଲିଗଲା ୮ଜୀବନ । ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଶୁକ୍ରବାର ସକାଳୁ ୭ ଜଣଙ୍କର ମୃତ୍ୟୁ ଘଟିଛି । ଏଥିରେ ୭ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ ଘଟଗାଁ ମେଡିକାଲରେ ଭର୍ତ୍ତି କରାଯାଇଛି।
୨୦ ନମ୍ବର ଜାତୀୟ ରାଜପଥର ଘଟଗାଁ ଥାନା ବାଲିଯୋଡି ନିକଟରେ ପର୍ଯ୍ୟଟକଙ୍କ ଭ୍ୟାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଭ୍ୟାନଟି ଟ୍ରକକୁ ପିଟିଥିବା କୁହାଯାଉଛି ।
ଗଞ୍ଜାମ ଦିଗପହଣ୍ଡି ଅଞ୍ଚଳର ପୋଡ଼ାମାରି ଗାଁର ୨ଟି ପରିବାରର ୨୦ ଜଣ ଲୋକ ଏକ ଭ୍ୟାନରେ ମା’ ତାରିଣୀଙ୍କ ଦର୍ଶନ ପାଇଁ ଆସୁଥିଲେ । ତେବେ ତାରିଣୀ ମନ୍ଦିରଠାରୁ ମାତ୍ର ତିନି କିଲୋମିଟର ପୂର୍ବରୁ ରାସ୍ତା କଡ଼ରେ ଛିଡା ହୋଇଥିବା ଏକ ଟ୍ରକ ସହିତ ଭ୍ୟାନର ଧକ୍କା ଦେଇଥିଲା ।