ରାୟଗଡ଼ା: ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଟିକିରି ଥାନା ମଶୁରିପଦର ଛକ ନଟରାଜ ପେଟ୍ରଲ ପମ୍ପ ନିକଟରେ ଗତକାଲି ବିଳମ୍ବିତ ରାତିରେ ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଏକ ଟ୍ୟାଙ୍କରକୁ ବାଇକଟିଏ ପଛରୁ ଧକ୍କା ଦେବା ଫଳରେ ୩ ଜଣଙ୍କର ମୃତ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ନାବାଳକ ଅଛନ୍ତି।ମୃତକମାନେ ହେଉଛନ୍ତି ଟିକିରି ଥାନା ଅନ୍ତର୍ଗତ ମହତପୁଟ ଖୁରିଗାଁର ନରେନ୍ଦ୍ର ଝଡ଼ିଆ (୨୫), ଉମାକାନ୍ତ ଝଡ଼ିଆ (୧୪) ଟୁନୁ ଝଡ଼ିଆ (୨୩)।