ପାରଳାଖେମୁଣ୍ଡି: ବହୁଚର୍ଚ୍ଚିତ ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କ ଜାମିନ ଆବେଦନର ଶୁଣାଣି ଆଜି ଶେଷ ହୋଇଛି। ପାରଳାଖେମୁଣ୍ଡି ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ହରପ୍ରସାଦ ପଟ୍ଟନାୟକଙ୍କ ଅଦାଲତରେ ଉଭୟ ପକ୍ଷର ଯୁକ୍ତି ଶୁଣାଣି ପରେ ରାୟ ସଂରକ୍ଷିତ ରଖାଯାଇଛି। ଆସନ୍ତାକାଲି ଅର୍ଥାତ୍ ୧୮ ତାରିଖରେ ଏହି ଜାମିନ ଆବେଦନ ଉପରେ ରାୟ ପ୍ରକାଶ ପାଇବ। ସରକାରୀ ଓକିଲ ରାଜେଶ ମିଶ୍ର ଏହି ସୂଚନା ଦେଇଛନ୍ତି।