ସୁବର୍ଣ୍ଣପୁର : ଆଦାନି ଗ୍ରୁପଦ୍ୱାରା କରାଯାଇଥିବା ଜାଲିଆତି ତଥା ରାଷ୍ଟ୍ର ବିରୋଧୀ କାରନାମା ପ୍ରତିବାଦରେ ଆଜି ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ସ୍ଥାନୀୟ ଭାରତୀୟ ଷ୍ଟେଟବ୍ୟାଙ୍କ ସାମ୍ନାରେ ଗଣବିକ୍ଷୋଭ ପ୍ରଦର୍ଶନ କରାଯାଇ କେନ୍ଦ୍ର ସରକାରଙ୍କ ଅପାରଗତା ବିରୁଦ୍ଧରେ ନାନା ସ୍ଲୋଗାନ ଦିଆଯାଇଛି । ବିଶେଷ କରି ଆଦାନି ଗ୍ରୁପର ଅର୍ଥନୈତିକ ଅପରାଧ ପ୍ରସଙ୍ଗକୁ ସଂସଦରେ ଆଲୋଚନା କରିବାସହ କଂପାନୀର କଳାକାରନାମାର ତଦନ୍ତ ପାଇଁ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କ ତତ୍ତ୍ୱାବଧାନରେ କିମ୍ବା ଯୁଗ୍ମ ସଂସଦୀୟ କମିଟି ଦ୍ୱାରା ତଦନ୍ତ କରାଇବା ସହ ଆଦାନି କମ୍ପାନୀର ପର୍ଦ୍ଦାଫାସ କରାଯାଉ ବୋଲି ବିଭିନ୍ନ ଦାବି କରାଯାଇଛି । ଜିଲ୍ଲା କଂଗ୍ରେସ ସଭାପତି ଗୌରୀଶ୍ୟାମ ପଣ୍ଡାଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଗଣବିକ୍ଷୋଭ ସମାବେଶରେ ପିସିସି ସଭ୍ୟ ଜିତେନ୍ଦ୍ର ପଟ୍ଟନାୟକ, ମହିଳା କଂଗ୍ରେସ ସଭାନେତ୍ରୀ ସୂର୍ଯ୍ୟକାନ୍ତି ବାଘ, ବରିଷ୍ଠ କଂଗ୍ରେସ ନେତା ମାଧବ କୁମ୍ଭାର, ପ୍ରଦୀପ ସେଠୀ, ରାଜେନ୍ଦ୍ର ମେହେର, ଶତୃଘ୍ନ ଅମାତ, ମହମ୍ମଦ୍ ଇମ୍ରାନ, ଜିଲୁ ନାୟକ,କୃଷ୍ଣ ଚନ୍ଦ୍ର ବାଘ, ଏଲିନା ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ ।