ଆଧାର କାର୍ଡ ଓ ମତଦାତା ପରିଚୟ ପତ୍ର ମଧ୍ୟରେ ସଂଯୋଗ ଓ ସମନ୍ୱୟ

ସମ୍ବଲପୁର: ଆଜିଠାରୁ ମତଦାତା ପରିଚୟ ପତ୍ର ସହିତ ପ୍ରତ୍ୟେକ ବ୍ୟକ୍ତିର ଆଧାର କାର୍ଡ ସଂଯୋଗ ଓ ସମନ୍ୱୟ ପ୍ରକ୍ରିୟା ଶୁଭାରମ୍ଭ କରାଯାଉଛି । ଏବିଷୟରେ ସ୍ଥାନୀୟ ଜିଲ୍ଲା ମୁଖ୍ୟାଳୟରେ ଆଜି ଆୟୋଜିତ ଏକ ସଭାରେ ଜିଲ୍ଲାପାଳ ଓ ଜିଲ୍ଲା ନିର୍ବାଚନ ଅଧିକାରୀ ଏକତ୍ରିତ ସାମ୍ବାଦିକ ଓ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି । ଏହି ସୂଚନା ଅନୁସାରେ କେନ୍ଦ୍ର ସରକାରଙ୍କ ଆଇନ ଓ ବିଚାର ବିଭାଗ ମନ୍ତ୍ରାଳୟ ଦ୍ୱାରା ଲୋକପ୍ରତିନିଧି ଆଇନ- ୧୯୫୦/୧୯୫୧ରେ କିଛି ସଂଶୋଧନ କରାଯାଇଛି, ଯାହାକି ଆଜି ଅଗଷ୍ଟ ୧ତାରିଖରୁ କାର୍ଯ୍ୟକାରୀ ହେବ । ଏଥିରେ ଉକ୍ତ ମନ୍ତ୍ରାଳୟ ପକ୍ଷରୁ ୧୭ଜୁନ ୨୦୨୨ର ବିଜ୍ଞପ୍ତି ବଳରେ ଲୋକପ୍ରତିନିଧି ଆଇନର ଧାରା ୨୮ଅନୁଯାୟୀ ଭୋଟର ପଞ୍ଜୀକରଣ (ସଂଶୋଧନ) ଆଇନ କାର୍ଯ୍ୟକାରୀ କରାଯିବ ଓ ଏହି ସଂଶୋଧିତ ଆଜିଠାରୁ ପ୍ରଭାବିତ ରହିବ । ସ୍ୱେଚ୍ଛାକୃତ ଭାବେ ଏହି ସଂଶୋଧନ ପାଇଁ ମତଦାତାଙ୍କ ଠାରୁ ଆଧାର କାର୍ଡ ବିବରଣୀ ସଂଗ୍ରହ କରିବା ପରେ ଏହା ମତଦାତା ସୂଚୀରେ ଅନ୍ତର୍ଭୁକ୍ତ ରହିବ । ଏଥିପାଇଁ ତାରିଖ, ଯଥା ଜାନୁଆରୀ ୧, ଏପ୍ରିଲ ୧, ଜୁଲାଇ ୧ ଓ ଅକ୍ଟୋବର ୧ ଧାର୍ଯ୍ୟ କରାଯାଇଛି । ଆଧାର ବିବରଣୀ ଦାଖଲ କରିବା ପାଇଁ ବିଶେଷ ରୂପେ ଏକ ନୂତନ ରୂପେ ଫର୍ମ ୬ (ଖ) ଜାରି କରାଯାଇଛି ଯାହାକି ନିର୍ବାଚନ ଆୟୋଗର ୱେବସାଇଟ ରେ ଆଜିଠାରୁ ଉପଲବ୍ଧ ରହୁଛି ।

Comments (0)
Add Comment