ଦଶପଲ୍ଲା : ଦଶପଲ୍ଲା ବ୍ଳକ ଅନ୍ତର୍ଗତ କନ୍ଧନୂଆସାହି ଆଡିବନ୍ଧ ସମସ୍ୟା ନେଇ ଆଜି ଗ୍ରାମର ବହୁ ପୁରୁଷ ଓ ମହିଳା ଦଶପଲ୍ଲା ବ୍ଳକ ଅଫିସକୁ ଯାଇ ବିଡିଓଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ବିଜେପି ନେତା ରାଘବ ମଲ୍ଲିକ ମଧ୍ୟ ଉପସ୍ଥିତ ଥିଲେ । ଗ୍ରାମବାସୀଙ୍କ ଉଦ୍ୟମରେ ନିର୍ମିତ ଆଡିବନ୍ଧକୁ ପୋଖରୀର ଆଖ୍ୟା ଦେଇ ନିଲାମ କରିଦିଆଯାଇଥିବାରୁ ସେମାନେ ଅଭିଯୋଗ କରିବା ସହିତ ତୁରନ୍ତ ନିଲାମ ବାତିଲ୍ କରି ଆଡିବନ୍ଧ ଗ୍ରାମବାସୀଙ୍କ ପାଖକୁ ଫେରାଇ ଆଣିବା ନିମନ୍ତେ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି । ଦାବି ପୂରଣପାଇଁ ଗ୍ରାମବାସୀ ୧୫ଦିନର ମହଲତ୍ ଦେଇଛନ୍ତି । ନହେଲେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି । ବିଡିଓଙ୍କ ଅନୁପସ୍ଥିତିରେ ଏବିଡିଓଙ୍କୁ ଦାବିପତ୍ର ଗ୍ରହଣ କରିଛନ୍ତି ।