ବୌଦ୍ଧ : ବୌଦ୍ଧ କେନ୍ଦୁପତ୍ର ବନଖଣ୍ଡ ଅଧିନସ୍ଥ କଣ୍ଟାମାଳ ରେଞ୍ଜ ଘଣ୍ଟାପଡା ଗ୍ରାମ ପଞ୍ଚାୟତର ମାଲପଡା କେନ୍ଦୁପତ୍ର ଫଡି ଗତକାଲି ଅଗ୍ନିକାଣ୍ଡରେ ଜଳିଯାଇଛି । ଅଗ୍ନିକାଣ୍ଡର କାରଣ ଜଣାପଡିନଥିଲେ ମଧ୍ୟ କେହି ଦୁର୍ବୃତ୍ତ ଫଡି ଘରେ ନିଆଁ ଲଗାଇ ଚାଲି ଯାଇଥିବା ସନ୍ଦେହ କରାଯାଉଛି । ଆଉ ଦିନେ/ଦୁଇଦିନ ପରେ ପତ୍ର ତୋଳଆ ଆରମ୍ଭ ହୋଇ ଶୁଖାଇବା ପରେ ଏଠାରେ କେନ୍ଦୁପତ୍ର ରଖାଯିବାର ଥିଲା । ଚଳିତ ବର୍ଷ ଲକଡାଉନ ଯୋଗୁଁ କେନ୍ଦୁପତ୍ର ସଂଗ୍ରହ ଡେରି ହୋଇଛି । ଏହି ଫଡି ଅଧିନରେ କେନ୍ଦୁପତ୍ର ତୋଳି ଅନେକ ପରିବାର ବାର୍ଷିକ ୨ ମାସର କର୍ମସଂସ୍ଥାନ ପାଇଥାନ୍ତି ।