ଦିଲ୍ଲୀ ଏମ୍ସକୁ ଏୟାରଲିଫ୍ଟ ହେଲେ ବଳଙ୍ଗା ପୀଡିତା

ଭୁବନେଶ୍ୱର : ଏୟାରଲିଫ୍ଟ ହେଲେ ବଳଙ୍ଗୀ ପୀଡିତା । ଭୁବନେଶ୍ୱର ଏମ୍‌ସରୁ ଦିଲ୍ଲୀ ଏମ୍‌ସକୁ ଏୟାରଲିଫ୍ଟ ହେଲେ ବଳଙ୍ଗା ପୀଡିତା । ଗ୍ରୀନ୍‌ କରିଡର ଜରିଆରେ ବଳାଙ୍ଗା ପୀଡିତାଙ୍କୁ ଏୟାରଲିଫ୍ଟ କରାଯାଇଛି । ଭୁବନେଶ୍ୱର ଏମ୍ସ ଠାରୁ ଏୟାରପୋର୍ଟ ପର୍ଯ୍ୟନ୍ତ ଗ୍ରୀନ୍‌ କରିଡର କରାଯାଇଥିଲା । 

ଖବର ଅନୁଯାୟୀ, ପୁରୀ ଜିଲ୍ଲା ବଳଙ୍ଗା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ତିନି ଜଣ ଦୁର୍ବୃତ୍ତ ନିଆଁ ଲଗାଇ ପୋଡ଼ି ହତ୍ୟା ପାଇଁ ଉଦ୍ୟମ କରିଥିଲେ । ଯାହାପରେ ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଅବସ୍ଥା ଗୁରୁତର ଥିବାରୁ ପୀଡିତାଙ୍କୁ ଭୁବନେଶ୍ୱର ସ୍ଥିତ ଏମ୍ସ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଶନିବାରଠୁ ପୀଡିତାଙ୍କ ଚିକିତ୍ସା ଚାଲିିଥିଲା । ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ଖର୍ଚ୍ଚ ବହନ କରାଯିବ ବୋଲି ଘୋଷଣା ମଧ୍ୟ ହୋଇଛି । ତେବେ ରବିବାର ଦିନ ପୀଡିତାଙ୍କୁ ଭୁବନେଶ୍ୱର ଏମ୍‌ସରୁ ଦିଲ୍ଲୀ ଏମ୍ସକୁ ଏୟାରଲିଫ୍ଟ କରାଯାଇଛି । ଏଥିଲାଗି ଭୁବନେଶ୍ୱର ଏମ୍‌ସରୁ ଏୟାରପୋର୍ଟ ପର୍ଯ୍ୟନ୍ତ ଗ୍ରୀନ୍‌ କରିଡରର ବ୍ୟବସ୍ଥା କରାଯାଇଥିଲା । ଶେଷରେ ଏହି ଗ୍ରୀନ୍‌ କରିଡର ଜରିଆରେ ଦିଲ୍ଲୀ ଏମ୍‌ସକୁ ଏୟାରଲିଫ୍ଟ କରାଯାଇଛି । ଯେଉଁଥିରେ ଟ୍ରାଫିକ୍ ଡିସିପି, ଭୁବନେଶ୍ୱର ଡିସିପି ସମେତ ବହୁ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ରହିଥିଲେ । 

Comments (0)
Add Comment