ଆଲୋକ ପାଠାଗାରନ ନଅଗାଁ ପକ୍ଷରୁ ମାସ୍କ ବଣ୍ଟନ

ବର୍ତମାନ ସାରା ବିଶ୍ୱ ରେ କୋରାନ ଭୁତାଣୁ ସଂକ୍ରମିତ ରେ ଥରଥର !ଏହି କୋରାନ ଭୁତାଣୁ କେମିତି ଲୋକେ ରକ୍ଷା ପାଇପାରିବେ ତାପାଇଁ ଭାରତ ମଧ୍ୟ ତପ୍ତର ହୋଇ ପଡିଛି !କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ବ୍ୟବସ୍ଥା ତିଆରି ଜାରି ରଖିଛନ୍ତି ! ସାରା ଭାରତ କୁ ଲୋକଡାଉନ ନ ରଖି ଲୋକେ କିପରି ସୁରକ୍ଷିତ ରେ ରହିବେ ତା ପାଇଁ ସରକାର ଉଦ୍ୟମ ଜାରି ରଖିଛନ୍ତି ! ଲୋକେ ସାମାଜିକ ଦୂରତା ‘ବାରମ୍ବାର ହାତ ଧୋଇବା ‘ ବାହାରକୁ କୁ ଗଲେ ମାସ୍କ ବ୍ୟବହାର କରିବା ପାଇଁ ଅନୁରୋଧ କରିଛନ୍ତି !ଏ ପରିପେକ୍ଷୀ ରେ ପଶ୍ଚିମ ଓଡିଶା ପରିବାର ତରଫରୁ ତଥା ପର୍ତୁଷ କୁମାର ପଣ୍ଡା ଙ୍କ ର ସହାୟତା ରେ ଏବଂ ବଲାଙ୍ଗୀର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ପଲ୍ଲୀ ଆଲୋକ ପାଠାଗାରନ ନଅଗାଁ ଜରିଆରେ ସମ୍ବଲପୁରୀ କପଡା ରେ ତିଆରି ମାସ୍କ କରି ଡୁଡୁକା ବ୍ଲକ ଅନ୍ତର୍ଗତ ସୁଶାନ୍ତି ନଗର ଠାରେ ଏକ ମାସ୍କ ବଣ୍ଟା କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା ! ଉକ୍ତ କାର୍ଯ୍ୟକ୍ରମ କୁ ବ୍ଲକ ଉପାଧ୍ୟାକ୍ଷ ମନ ମୋହନ ପଟେଲ ଓ ଡୁଡୁକା ସରପଞ୍ଚ ଉପସ୍ଥିତ ରହି କୋରାନ ଭୁତାଣୁ ଉପରେ ମତ ବ୍ୟକ୍ତ ମାନ କରି ସଚେତନ କରି ହଜାରେ ମାସ୍କ ବଣ୍ଟନ କରିଥିଲେ ! ଏହି କାର୍ଯ୍ୟକ୍ରମ କୁ ପଲ୍ଲୀ ଆଲୋକ ପାଠାଗାର ପ୍ରଶାନ୍ତ ନାୟକ, ଗୋବିନ୍ଦ ଚନ୍ଦ୍ର ବିଶି, ହୀରାଲାଲ ମିଶ୍ର, ପ୍ରହଲ୍ଲାଦ ପଧାନ ଓ ପ୍ରଶାନ୍ତ କୁଅଁର ପ୍ରମୁଖ ସହଯୋଗ କରିଥିଲେ !!! ଏହି ମାସ୍କ ବିତରଣ ଯୋଗୁଁ ଅଂଚଳ ବାସି ପଶ୍ଚିମ ଓଡ଼ିସା ପରିବାର ମୁମ୍ବାଇ ଏବଂ ପଲ୍ଲୀ ଆଲୋକ ପାଠାଗାର କର୍ମ କର୍ତା ଙ୍କୁ ଧନ୍ୟବାଦ ସହ କୃତଜ୍ଞତା ଜଣାଇଛନ୍ତି !!!!

Comments (0)
Add Comment