ପୁଣି ବିଧାୟକଙ୍କୁ ହାଇକୋର୍ଟ ନୋଟିସ୍

ହୀରାଞ୍ଚଳ ଲାଇଭ : ପୁଣି ୨ ବିଧାୟକଙ୍କୁ ହାଇକୋର୍ଟ ନୋଟିସ୍ ଜାରି କରାଯାଇଛି। ଦୁଇଟି ନିର୍ବାଚନୀ ଅନିୟମିତତା ଏବଂ ମାମଲାରେ ମାନ୍ୟବର ହାଇକୋର୍ଟ ନୋଟିସ ଜାରି କରିଛନ୍ତି। ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକଙ୍କୁ ନୋଟିସ ହୋଇଥିବା ବେଳେ ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କୁ ମଧ୍ୟ ନୋଟିସ ଜାରି ହୋଇଛି। ଏହି ଦୁଇ ଜଣଙ୍କୁ ନିର୍ବାଚନରେ ଅନିୟମିତତା ହୋଇଥିବା ନେଇ ରୁଜୁ ମାମଲାରେ ଓଡ଼ିଶା ହାଇକୋର୍ଟ ତାଙ୍କୁ ନୋଟିସ ଜାରି କରିଛନ୍ତି । ନାମାଙ୍କନ ବେଳେ ମିଥ୍ୟା ସତ୍ୟପାଠ ଦାଖଲ କରିଥିବା ଅଭିଯୋଗରେ ନୋଟିସ ହୋଇଛି। ଆସନ୍ତା ସେପ୍ଟେମ୍ବର ମାସରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ। ପୂର୍ବରୁ ବିଜେଡି ବିଧାୟକ ଧୃବ ସାହୁ, ଅରୁଣ ସାହୁଙ୍କୁ ମଧ୍ୟ ନିର୍ବାଚନରେ ଅନିୟମିତତା ନେଇ ମାନ୍ୟବର ହାଇକୋର୍ଟ ନୋଟିସ ଜାରି କରିଥିଲେ। ସୂଚନା ଅନୁଯାଇ ନାମାଙ୍କନ ସମୟରେ ସାରଦା ନିଜ ବିରୋଧରେ ଦାୟର ହୋଇଥିବା ଅପରାଧିକ ମାମଲା ବିଷୟରେ ତଥ୍ୟ ଲୁଚାଇବା ସହ ନିଜର ସ୍ଥାବର/ଅସ୍ଥାବର ସମ୍ପତ୍ତିର ଅସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରିଥିଲେ। ଏହି ପ୍ରସଙ୍ଗରେ ପୂର୍ବରୁ ରିଟର୍ଣ୍ଣିଂ ଅଫିସରଙ୍କ ପାଖରେ ଅଭିଯୋଗ କରାଯାଇଥିଲା।

Comments (0)
Add Comment